ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ଦେଶୀ ଆମ୍ବର ପସରା।। ବାଇଗଣ ପଲେଇ , ସୁନ୍ଦରୀ ଅପେକ୍ଷା ଦେଶୀ ଆମ୍ବର ଆଦର ବେଶୀ।

0 440

ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ଆମ୍ବ ଭିତରେ ରାଜା ହେଲା ବାଇଗଣ ପଲେଇ। ହେଲେ ଏବେ ରାଉରକେଲା ବଜ଼ାରରେ ଏହି ଆମ୍ବର ଚାହିଦା କମି ଯାଇଛି। ବାଇଗଣ ପଲେଇ ଆମ୍ବର ସ୍ଥାନ ଏବେ ନେଇଛି ଦେଶୀ ଆମ୍ବ। ବଜ଼ାରର ଡେଲି ମାର୍କେଟ , ଟ୍ରାଫିକ ଗେଟ ମାର୍କେଟରେ ଏବେ ଦେଶୀ ଆମ୍ବର ପସରା ମେଲାଇ ବସିଛନ୍ତି ସ୍ଥାନୀୟ ଲୋକ ମାନେ। ବିନା କେମିକାଲରେ ମିଳୁଛି ବିଭିନ୍ନ ଭେରାଇଟିର ପାଚିଲା ଦେଶୀ ଆମ୍ବ । ଏହାର ଦାମ ମଧ୍ୟ କମ। ଚାନ୍ଦିପୋଷ ,ଝାରବେଡା , ଗୁରୁଣ୍ଡିଆ , ବିଶ୍ରା , ଜରେଇକେଲା ଆଦି ଅଞ୍ଚଳରୁ ଆଣି ଆମ୍ବ ବିକ୍ରି କରୁଛନ୍ତି ସେଠାକାର ବାସିନ୍ଦା।

ଅନ୍ୟପକ୍ଷରେ ବାଇଗଣ ପଲେଇ , ସୁନ୍ଦରୀ ଆଦି ଆମ୍ବ ଆନ୍ଧ୍ର ପ୍ରଦେଶରୁ ଆସୁଥିବାରୁ ଏହାର ଦାମ ଅପେକ୍ଷାକୃତ ଅଧିକ। ଏହି ଆମ୍ବ ପୁଣି କାର୍ବାଇଡ଼ ବ୍ୟବହାର କରି ପଚାଯାଉଛି। ତେଣୁ ଦେଶୀ ଆମ୍ବର ଚାହିଦା ବେଶୀ। ଦେଶୀ ଆମ୍ବର ଚାହିଦା ବଢ଼ୁଥିବାରୁ ଏବେ ଫଳ ବ୍ୟବସାୟୀ ମାନେ ବାଇଗଣ ପଲେଇ ଆମ୍ବ ଦାମ ମଧ୍ୟ କମାଇ ଦେଲେଣି।

ରାଉରକେଲା ସହରରେ ଦେଶୀ ଆମ୍ବର ଆଦର ବଢୁ ଥିବାରୁ ଏହା ଆଖ ପାଖ ଅଞ୍ଚଳର ଲୋକମାନଙ୍କୁ ରୋଜଗାର ଦେଉଛି। ଆମ୍ବ ବିକ୍ରି କରି ଜଣେ ଲୋକ ଦିନକୁ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରି ପାରୁଛନ୍ତି।

Leave A Reply

Your email address will not be published.