ରାଜଗାଙ୍ଗପୁର : ମିସେସ ଇଣ୍ଡିଆ ୨୦୨୩ ଲିଗେସି ଫେସନ ହୋଇଛନ୍ତି ଡାକ୍ତର ଲୋପମୁଦ୍ରା।। ଲାଇଙ୍ଗ ଅଞ୍ଚଳରେ ସମ୍ବର୍ଦ୍ଧନା।

0 762

ରାଜଗାଙ୍ଗପୁର/ରାଉରକେଲା : ୧/୬ (ସତ୍ୟାନ୍ୟୁଜ) ପେଶାରେ ଡାକ୍ତର କିନ୍ତୁ ନିଶା ହେଲା ଫେସନ ଦୁନିଆ। ଇଏ ହେଲେ ଡାକ୍ତର ଲୋପାମୁଦ୍ରା ସାହୁ। ରାଜଗାଙ୍ଗପୁର ଲାଇଙ୍ଗ ଅଞ୍ଚଳରେ ରହୁଥିବା ଶ୍ରୀମତୀ ସାହୁ ରାଉରକେଲା ରାଜସ୍ଥାନ ସେବା ସଦନରେ ଡାକ୍ତର ଭାବେ କାର୍ଯ୍ୟରତ। ମାତ୍ର ଫେସନ ନିଶା ତାଙ୍କୁ ସର୍ବଭାରତୀୟ ସ୍ତରରେ ପରିଚୟ ଦେଇଛି। ମିସେସ ଇଣ୍ଡିଆ ୨୦୨୩ ଲେଗେସି ଫେସନ ଆଇକନ୍ ହୋଇଛନ୍ତି ଡାକ୍ତର ଲୋପାମୁଦ୍ରା। ଦିଲ୍ଲୀରେ ଦେଖାଇଲେ ଫେସନ ଡିଜାଇନ ର କମାଲ। ସର୍ବଭାରତୀୟ ସ୍ତରରେ ଫେସନ ଡିଜାଇନ ପ୍ରତିଯୋଗିତା ରେ ଓଡିଶା ରୁ ଭାଗ ନେଇ ଫେସନ ଆଇକନ୍ ହୋଇଛନ୍ତି। ହୋମ ଟାଉନରେ ପହଁଚିବା ପରେ ତାଙ୍କୁ ଦିଆ ଯାଇଛି ଭବ୍ୟ ସମ୍ବର୍ଦ୍ଧନା। ରାଜଗାଙ୍ଗପୁର ଭଳି ଏକ ଅଞ୍ଚଳ ରୁ ଯାଇ ରାଜ୍ୟ ତଥା ଜିଲ୍ଲାକୁ ଗୌରବନୀତ କରିଛନ୍ତି ଲୋପାମୁଦ୍ରା।

ବାପା, ମାଆ ଓ ପରିବାର, ସମ୍ପର୍କୀୟ ସମସ୍ତେ ତାଙ୍କର ଏହି ସଫଳତାରେ ବହୁତ ଖୁସି। ସାରା ଦେଶରେ ୩୦ ଜଣ ମହିଳା ଏହି ପ୍ରତିଯୋଗିତା ରେ ଭାଗ ନେଇଥିଲେ। ବାପା ମାଆଙ୍କ ପ୍ରେରଣା ଓ ସ୍ୱାମୀଙ୍କ ସହଯୋଗରେ ଆଜି ସମସ୍ତଙ୍କୁ ପଛରେ ପକାଇ ସେ ଏହି ସ୍ତରରେ ପହଁଚି ପାରିଛନ୍ତି ବୋଲି କହିଛନ୍ତି |ବାପା ମାଆ ଝିଅର ଏହି ସଫଳତା ରେ ଖୁସି ଅଛନ୍ତି ବୋଲି କହିଛନ୍ତି |

Leave A Reply

Your email address will not be published.