ରାଇରଙ୍ଗପୁର : ବିନା ଥଇଥାନରେ ଜମି ବାଡ଼ି ଉଚ୍ଛେଦକୁ ଗ୍ରାମବାସୀ ମାନଙ୍କ ବିରୋଧ।। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 312

ମୟୁରଭଞ୍ଜ : ୧/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବିନା ଥଇଥାନରେ ଘର , ଜମି ଉଚ୍ଛେଦକୁ ବିରୋଧ କରିଛନ୍ତି ରାଇରଙ୍ଗପୁର ତହସିଲର ଗୋପାଳ ବନ୍ଧ ମୌଜାର ଗ୍ରାମବାସୀ ମାନେ। ଏହି ଜମିରେ ଆବାହମାନ କାଳରୁ ସେମାନେ ରହି ଆସୁଥିବା କହିଛନ୍ତି। ଏବେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨ ତାରିଖ ସୁଦ୍ଧା ଉକ୍ତ ସ୍ଥାନକୁ ଖାଲି କରିବାକୁ ନୋଟିସ ଦିଆଯାଇଛି। ଏହି ଜମି ଇଡ଼କୋ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ଖାଲି କରିବାକୁ କୁହାଯାଇଛି। ପ୍ରତିବାଦରେ ଗ୍ରାମବାସୀ ମାନେ ବୁଧବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିନା ଥଇଥାନରେ ଘର ଜମିରୁ ଉଛେଦ ନକରିବାକୁ ଗ୍ରାମବାସୀ ମାନେ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

Leave A Reply

Your email address will not be published.