ରାଉରକେଲା/ବଣାଇ : ୯ ଦାବି ପୂରଣ ନେଇ ଜିଲ୍ଲା ମିଳିତ ଅମଲା ସଙ୍ଘ କର୍ମଚାରୀଙ୍କ ସମୂହ ଛୁଟି।। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।
ରାଉରକେଲା/ବଣାଇ : (ସତ୍ୟାନ୍ୟୁଜ) ଆଜି ଠାରୁ ଓଡିଶା ରାଜ୍ୟ ଅମଲା କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏହା ଛଡା ଜିଲ୍ଲା ସ୍ତରରେ ମିଳିତ ଅମଲା ସଙ୍ଘ ର କର୍ମଚରୀ ମାନେ ସାମୁହିକ ଛୁଟି ନେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଅମଲା ସଙ୍ଘ ପକ୍ଷରୁ କୁହାଯାଇଛି।
ଆଜି ରାଉରକେଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲା ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଯାଇଥିଲା। ନଅ ଦଫା ଦାବି ନେଇ ଏହି କଲମଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି ଧାରଣାରେ ବିଭିନ୍ନ କାର୍ଯ୍ୟାଳୟର ଅମଲା ମାନେ ଯୋଗ ଦେଇଥିଲେ।
ସେହିପରି ବଣାଇଁ ଅମଲା ମିଳିତ ସଂଘର କର୍ମଚାରୀ ମାନେ ଲେଭେଲ- ୯ ଦାବି ପୁରଣ ନେଇ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆରମ୍ଭ କରିଛନ୍ତି। ବଣାଇଁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ କର୍ମଚରୀ ମାନେ ଧାରଣାରେ ବସିଛନ୍ତି। ଅମଲା ମଞ୍ଚର କର୍ମଚାରୀ ମାନେ ଦେଓଗାଁ ଠାରେ ଥିବା ବଣାଇଁ ବାବା ବାଣେଶ୍ଵର ମନ୍ଦିରରେ ୧୪୭ଟି ଦିପ ଜଳାଇ ଭଗବାନଙ୍କୁ ଅର୍ପଣ କରିଥିଲେ। ସେଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆନ୍ଦୋଳନ ଜାରି ରଖିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ତାଙ୍କର ଏହି ୯ ଦଫା ଦାବି ପୁରଣ ନ କରଛନ୍ତି ସେପର୍ଯ୍ୟନ୍ତ କର୍ମଚାରୀ ମାନେ ସମୂହ ଛୁଟିରେ ରହିବେ ବୋଲି ଜିଲ୍ଲା ମିଳିତ ଅମଲା ମଞ୍ଚର ବଣାଇଁ ଶାଖା ପକ୍ଷରୁ କୁହାଯାଇଛି।