ରାଉରକେଲା : କଂଗ୍ରେସ ଦଳ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠି।। ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା।

0 516

ରାଉରକେଲା : ୧/୬ (ସତ୍ୟାନ୍ୟୁଜ) କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ। ସେ ତାଙ୍କ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି , ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରଶାନ୍ତ ଇସ୍ତଫା ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ତାଙ୍କ ଇସ୍ତାଫାକୁ ନେଇ ବିଭିନ୍ନ ପ୍ରକାର ଆକଳନ କରା ଯାଉଛି। ସେ ପୁଣି ତାଙ୍କର ପୂର୍ବ ଦଳ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଶାନ୍ତ ସେଠି ବିଜୁ ଜନତା ଦଳରେ ଥିଲେ। ମାତ୍ର ତାଙ୍କୁ ବିଧାନସଭା ନିର୍ବାଚନରେ ବିଜେଡି ଟିକେଟ ନମିଳିବାରୁ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରୁ ସେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ସେ କେଉଁ ଦଳରେ ମିଶିବେ ତା ସ୍ପଷ୍ଟ କରିନାହାନ୍ତି।

ପ୍ରଶାନ୍ତ କେଉଁ ଦଳରେ ମିଶିବେ ତା ସ୍ପଷ୍ଟ କରି ନାହାନ୍ତି। ତଥାପି ତାଙ୍କର ବିଜେଡି ରେ ଯୋଗ ଦେବାର ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ତାଙ୍କ ପୂର୍ବତନ ମେଣ୍ଟର ସାରଦା ପ୍ରସାଦ ନାୟକ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାପରେ ପ୍ରଶାନ୍ତଙ୍କ ଇସ୍ତଫା ବିଭିନ୍ନ ପ୍ରକାର ଚର୍ଚ୍ଚାର ଖୋରାକ ଯୋଗାଇଛି। ବିଜେଡିରେ ଥିବା ବେଳେ ପ୍ରଶାନ୍ତଙ୍କ ସଙ୍ଗଠନ ତୃଣମୂଳ ସ୍ତରରେ ମଜବୁତ ଥିଲା। ବେଶେଷ କରି ବସ୍ତି ଅଞ୍ଚଳରେ ତାଙ୍କର ସଙ୍ଗଠନ ଯୋଗୁଁ ୧୫ ବର୍ଷ ଧରି ବିଜେଡି ବେଶ ସୁବିଧା ଜନକ ସ୍ଥିତିରେ ରହିଥିଲା। ୨୦୦୪ ମସିହାରୁ ପ୍ରଶାନ୍ତ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହ ବେଶ ଘନିଷ୍ଠ ଥିଲେ ଏବଂ ତାଙ୍କର ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ କରୁଥିଲେ। ଏବେ ସେ କଂଗ୍ରେସ ଦଳ ଛାଡି ଥିବାରୁ ତାଙ୍କର ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ତେବେ ପ୍ରଶାନ୍ତ ସେଠୀ କେଉଁ ଦଳରେ ଯୋଗ ଦେବେ ତା କିଛିଦିନ ପରେ ସ୍ପଷ୍ଟ ହୋଇଯିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.