ରାଇରଙ୍ଗପୁର : ଆସନ୍ତାକାଲି ଠାରୁ ଅମଲା ସଙ୍ଘ କର୍ମଚାରୀଙ୍କ ସାମୁହିକ ଛୁଟି ଘୋଷଣା।। ଦାବି ପୂରଣ ଲାଗି ଚରମ ପଦକ୍ଷେପ ଲାଗି ବୈଠକରେ ନିଷ୍ପତ୍ତି।

0 476

ରାଇରଙ୍ଗପୁର : ୩୧/୫ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଦାବି ପୂରଣ ଲାଗି ଆସନ୍ତାକାଲି ଜୁନ ୧ ତାରିଖରୁ ଅମଲା ସଙ୍ଘ କର୍ମଚାରୀ ମାନେ ସାମୂହିକ ଛୁଟିରେ ରହିବେ। କଳା ବ୍ୟାଚ ପିନ୍ଧି ଦାବି ପୂରଣ ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଫଳ ନମିଳିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ରାଇରଙ୍ଗପୁର ଅମଲା ସଂଘର ମିଳିତ ମଞ୍ଚ ପକ୍ଷରୁ ଏ ବାବଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଆବାହକ ଅସିତ କୁମାର ମହାକୁଡଙ୍କ କହିବା ଅନୁଯାୟୀ ଆସନ୍ତାକାଲି ଜୁନ ୧ ତାରିଖ ଠାରୁ ଅମଲା କର୍ମଚାରୀ ମାନେ ସାମୁହିକ ଛୁଟିରେ ରହିବେ। ଗ୍ରେଡ ପେ ବଢାଇବା ପାଇଁ ସରକାରଙ୍କ ନିକଟରେ କରାଯାଇଥିବା ଦାବି ପୂରଣ କରିବାକୁ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ ଆସନ୍ତାକାଲି ଠାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବକୁ ଅମଲା ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସଂଘର କର୍ମକର୍ତ୍ତା ମାନେ ସରକାରଙ୍କ ନିକଟରେ ସେମାନଙ୍କର ଦାବୀ ଦୀର୍ଘ ଦିନରୁ ଉପସ୍ଥାପନ କରି ଆସୁଛନ୍ତି । କିନ୍ତୁ ସରକାର ଏହାକୁ କଣ୍ଣପାତ କରୁନାହାନ୍ତି | ସେମାନଙ୍କର ଦାବୀକୁ ଯଥାଶୀଘ୍ର ପୂରଣ କରନ୍ତୁ ନଚେତ୍ ଜନସାଧାରଣଙ୍କର କାମରେ ଯେଉଁ ବ୍ୟାଘାତ ସୃଷ୍ଟି ହେବ ସେଥି ପ୍ରତି ସରକାର ଦାୟୀ ରହିବେ ବୋଲି କର୍ମକର୍ତ୍ତା ମାନେ କହିଥିଲେ। ସରକାର ଦାବି ପୂରଣ କଲେ ପୂର୍ବ ପରି କାର୍ଯ୍ୟ କରିବା ସହ ବକେୟା କାର୍ଯ୍ୟ ମଧ୍ୟ ସମ୍ପାଦନ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଆବାହକ ଶ୍ରୀ ଅସିତ କୁମାର ମହାକୁଡ଼, ଉପବିଭାଗୀୟ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପାଣି, ପ୍ରଦୀପ କୁମାର ବେହେରା, ଚାମ୍ବରୁ ଚରଣ ବେଶ୍ରା, ପ୍ରସାଦ ବେହେରା, ଗୌରୀ ଶଙ୍କର ସାମନ୍ତରାୟ,ସିପିକା ମହାନ୍ତ,ଅମ୍ବିକା ମାଝୀ, ପ୍ରିୟଙ୍କା ଗୁପ୍ତା, ରେବତୀ ମୁର୍ମୁ,କେଶବ ନାଏକ,ଚିରଞ୍ଜୀବ ପୁହାଣ,ରଞ୍ଜନ କୁମାର ଦଣ୍ଡପାଟ, ସୁନୀଲ କୁମାର ପାତ୍ର,ତାପସ କୁମାର ଗିରିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.