ରାଉରକେଲା : ରାସ୍ତା ମଝିରେ ଓଲଟି ପଡିଲା ମିକ୍ସଚର ମେସିନ ଟ୍ରକ।। ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ।

0 1,020

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଦିନ ଏକ ଟ୍ରକ ଓଲଟି ପଡିବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ମିକ୍ସଚର ମେସିନ ଟ୍ରକଟି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡିଥିବା କୁହାଯାଉଛି। ରାସ୍ତା ମଝିରେ ଟ୍ରକଟି ପଡ଼ିଥିବାରୁ ଉଭୟ ପଟେ ବହୁ ଗାଡି ମଟର ଛିଡା ହୋଇ ରହିଥିଲା। ପରେ କ୍ରେନ ସାହାଯ୍ୟରେ ଟ୍ରକକୁ ରାସ୍ତାରୁ ହଟାଇଲା ପରେ ଯାନ ବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛନ୍ତି। ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ଅନ୍ୟ କର୍ମଚରୀଙ୍କ କୌଣସି କ୍ଷତି ହୋଇନାହିଁ।

Leave A Reply

Your email address will not be published.