ରାଉରକେଲା : ନେହରୁ ପାର୍କର ପୁନର୍ଦ୍ଧାର ସହ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି କଲା କଂଗ୍ରେସ ସଂଖ୍ୟା ଲଘୁ ସେଲ୍।

0 231

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ଇସ୍ପାତ ସହରାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ କଂଗ୍ରେସର ଏକ ଟିମ୍ ଆଜି ଆରଏସପି ସହର ପ୍ରଶାସନର ମହାପ୍ରବନ୍ଧକଙ୍କୁ ଭେଟିଥିଲେ। କଂଗ୍ରେସ ସଂଖ୍ୟାଲଘୁ ସେଲ୍ ର ଅଧ୍ୟକ୍ଷ ଇଜାଜ୍ ଅଖତାରଙ୍କ ନେତୃତ୍ୱରେ ଏହି ଟିମ୍ ମହାପ୍ରବନ୍ଧକ ପ୍ରତାପ ସ୍ୱାଇଁଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।
୧୯ ନମ୍ବର ସେକ୍ଟରରେ ଥିବା ନେହେରୁ ଟ୍ରାଫିକ ପାର୍କର ପୁନର୍ଦ୍ଧାର କରିବାକୁ ଦାବି କରିଥିଲେ ଏହି ପ୍ରତିନିଧି ଦଳ। ଏହାସହ ଆଇ ଜି ପାର୍କ ନିକଟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଏକ ମାନପତ୍ର ଦେଇଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ତାଙ୍କ ନାମରେ ଏକ ପାର୍କ ମଧ୍ୟ କରିବାକୁ ଦାବି କରାଯାଇଥିଲା। ଏହି ପ୍ରତିନିଧି ମଣ୍ଡଳରେ ଯୁବ କଂଗ୍ରେସ ନେତା ପ୍ରବୋଧ ଦାସଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

Leave A Reply

Your email address will not be published.