ରାଉରକେଲା : ବିରମିତ୍ରପୁରରେ ମନ୍ଦିରରେ ଚୋରି କରୁଥିବା ଗ୍ୟାଙ୍ଗ ସକ୍ରିୟ।। ଜଗନ୍ନାଥ ଦେବୀ ମନ୍ଦିରର ତାଲା ଭାଙ୍ଗି ଚୋରି।

0 554

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ବିରମିତ୍ରପୁରରେ ଏବେ ମନ୍ଦିରରେ ଚୋରି କରୁଥିବା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ବ୍ୟାଙ୍କ କଲୋନୀ ନିକଟରେ ଥିବା ଜଗନ୍ନାଥ ଦେବୀ ମନ୍ଦିରରେ ଗତକାଲି ରାତିରେ ଚୋରି ହୋଇଯାଇଛି। ରାତି ୯ଟାରେ ପୂଜକ ମନ୍ଦିରରେ ତାଲା ପକାଇ ଯାଇଥିଲେ। ଆଜି ସକାଳୁ ମନ୍ଦିର ଖୋଲିବାକୁ ଗଲାପରେ ଚୋରି ହୋଇଥିବା ଜଣା ପଡିଥିଲା। ଦ୍ରୁବୃତ୍ତ ମାନେ ମନ୍ଦିରର କବାଟ ଭାଙ୍ଗି ସମସ୍ତ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ବାବଦରେ ବିରମିତ୍ରପୁର ଥାନାରେ ଏତେଲା ଦାୟର କରା ଯାଇଛି। ପୋଲିସ ସିସି ଟିଭି ଯାଞ୍ଚ କରି ଚୋରି ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.