ରାଉରକେଲା : ୨୯/୫ (ସତ୍ୟାନ୍ୟୁଜ) ମଣିଷର ରାଗ ବ୍ରହ୍ମ ଚଣ୍ଡାଳ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ। ବାବୁ ନୂଆଗାଁରେ ତିଲୋଚନ କିଷାନ ତାଙ୍କ ସ୍ତ୍ରୀ ସରସ୍ୱତୀ ସହ ଗାଁରେ ରହନ୍ତି। ରବିବାର ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏଥିରେ ରାଗିଯାଇ ତିଲୋଚନ ଏକ କୋଦାଳ ବେଣ୍ଟରେ ତାର ସ୍ତ୍ରୀ କୁ ପିଟିପିଟି ମାରି ଦେଇଥିଲା। ମାରି ସାରିବା ପରେ ସ୍ତ୍ରୀକୁ ଘର ସମ୍ମୁଖରେ ପୋତି ଦେଇଥିଲା। କୌଣସି ସୂତ୍ରରୁ ଖବର ପାଇ ଆଜି ବଣାଇ ପୋଲିସ ପହଞ୍ଚି ଶବକୁ ମାଟି ତଳୁ ବାହାର କରିବା ସହ ହତ୍ୟାକାରୀ ସ୍ୱାମୀ ତିଲୋଚନକୁ ଗିରଫ କରିଛନ୍ତି। ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛନ୍ତି।