ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ଆଜି ଏକ କାରରୁ ବିପୁଳ ପରିମାଣର ବେଆଇନ ମହୁଲ ଜବତ କରିଛନ୍ତି। ଏହି ମହୁଲି ର ମୂଲ୍ୟ ଆନୁମାନିକ ୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବେଆଇନ ମହୁଲି ଚାଲାଣ ଅଭିଯୋଗରେ ଭିକି ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଏହା ସହ ମହୁଲ ଚାଲାଣ ହେଉଥିବା ମାରୁତି ସୁଜୁକି କାରକୁ ମଧ୍ୟ ଜବତ କରାଯାଇଛି। ଏହି ମହୁଲ ସୁନ୍ଦରଗଡ ଜିଲ୍ଲା ହାତୀବାରି ଥାନା ଅଙ୍କୁରପାଲି ଅଞ୍ଚଳରୁ ରାଉରକେଲା ଆସୁଥିଲା। ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ବ୍ରାହ୍ମଣୀ ବ୍ରିଜ ନିକଟରେ କାର ସହ ମହୁଲ ଜବତ କରାଯାଇଥିଲା ।