ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ) ରାଉରକେଲା ବଣିକ ସଂଘର ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଛି। ସୁନୀଲ କୟାଲ ନିର୍ବିରୋଧ ବଣିକ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଗୁରୁମିତ୍ ସିଂ ନିର୍ବାଚିତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ପ୍ରଭାତ ଟିବ୍ରିୱାଲ ନିର୍ବାଚିତ ହୋଇଛନ୍ତି। ବଣିକ ସଂଘର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକଙ୍କ ନେତୃତ୍ୟାଧୀନ କମିଟିର କାର୍ଯ୍ୟକାଳ ଶେଷ ହେବା ପରେ ଏହି ନିର୍ବାଚନ ହୋଇଥିଲା। ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଥିବା ଶିଳ୍ପର ବିକାଶ ତଥା ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା ଲାଗି ବଣିକ ସଙ୍ଘ ଅହରହ ଉଦ୍ୟମ କରିବ ବୋଲି ନୂତନ କମିଟିର କର୍ମକର୍ତ୍ତା ମାନେ କହିଥିଲେ ।