ବିରମିତ୍ରପୁର : ଅଂଶୁଘାତରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଅଭିଯୋଗ।। କ୍ଷତିପୂରଣ ତଥା ପରିବାରର ଜଣଙ୍କୁ ଚାକିରୀ ଦେବାକୁ ଦାବି।
ରାଉରକେଲା : ୨୬/୫ (ସତ୍ୟାନ୍ୟୁଜ) ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର କାଦୋବାହାଲ ପଞ୍ଚାୟତରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମେରି ରୋସାଲିଆ ଟପ୍ପୋ ନାମକ ଏହି ଅଙ୍ଗନବାଡି କର୍ମୀ ଖରାରେ ସର୍ଭେ କାମ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ହସପିଟାଲ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମେରୀଙ୍କ ମୃତ୍ୟୁ ହୋଇଥିଲା। ପ୍ରବଳ ଖରାରେ ସର୍ଭେ କାମ କରୁଥିବା ବେଳେ ଅଂଶୁଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସହକର୍ମୀ ମାନେ ଅଭିଯୋଗ କରିଛନ୍ତି। ଡ୍ୟୁଟି କରୁଥିବା ବେଳେ ମେରି ମୃତ୍ୟୁ ବରଣ କରିଥିବାରୁ ଉପଯୁକ୍ତ କ୍ଷତିପୂରଣ ସହ ପରିବାର ଜଣଙ୍କୁ ଚାକିରୀ ଦେବାକୁ ଦାବି ହୋଇଛି। ଏ ବାବଦରେ ଅଙ୍ଗନବାଡି ଲେଡିଜ ଆସୋସିଏସନ ପକ୍ଷରୁ ଶିଶୁ କଲ୍ୟାଣ ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି।