ରାଉରକେଲା : ଡିଜିଟାଲ ଅନଲାଇନ ବଜ଼ାରରେ ଓ ଏନ୍ ଡି ସି ର ନୂତନ ଆପ୍।। ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ସଚେତନତା କର୍ମଶାଳା।

0 382

ରାଉରକେଲା : ୨୫/୫ (ସତ୍ୟାନ୍ୟୁଜ) ଏବେ ଅନଲାଇନ ବଜ଼ାର ଯୁଗ। ଘରେ ବସି ଲୋକମାନଙ୍କର ବିଭିନ୍ନ ସାମଗ୍ରୀ ମଗାଇବା ଅଭ୍ୟାସରେ ପରିଣତ ହୋଇଗଲାଣି। ଆମାଜ଼ନ ,ଫ୍ଲିପକାଟ, ଜୋମାଟୋ ଭଳି ସଂସ୍ଥା ଏବେ ଅନଲାଇନରେ ସାମଗ୍ରୀ ଯୋଗାଉଛନ୍ତି। ନିକଟରେ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଓ ଏନ୍ ଡି ସି ଜରିଆରେ ଏକ ନୂତନ ଆପ୍ ମାଧ୍ୟମରେ ଅନଲାଇନରେ ବିଭିନ୍ନ ସାମଗ୍ରୀ ଯୋଗାଇ ଦେବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏହି ଅନଲାଇନ କାରବାର ବାବଦରେ ଲୋକଙ୍କୁ ସଚେତନ କରାଇବାକୁ ଗୁରୁବାର ଦିନ ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ନୂତନ ଅନଲାଇନ ଆପ୍ ମାଧ୍ୟମରେ ଲୋକ ମାନେ କିପରି ବିଶେଷ ଲାଭ ପାଇ ପାରିବେ ସେ ବାବଦରେ ଆଲୋଚନା କରା ଯାଇଥିଲା।

Leave A Reply

Your email address will not be published.