ରାଉରକେଲା : ୨୪/୫ (ସତ୍ୟାନ୍ୟୁଜ) ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ବୁଧବାର ଦିନ ଆସି ରାଉରକେଲାରେ ପହଞ୍ଚିଛନ୍ତି। ରାଉରକେଲା ପହଞ୍ଚିବା ପରେ ଶ୍ରୀ ନାୟକଙ୍କୁ ଏକ ବିଶାଳ ଶୋଭା ଯାତ୍ରାରେ ଗ୍ରୀନ ପାମ ମ୍ୟାରେଜ ପ୍ୟାଲେସ କୁ ନିଆଯାଇଥିଲା। ସେଠାରେ ସାରଦାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ରାଜଗାଙ୍ଗପୁର , ବିରମିତ୍ରପୁର , ଗୁରୁଣ୍ଡିଆ , ବିଶ୍ରା ଆଦି ଅଞ୍ଚଳରୁ ବିଜେଡିର କର୍ମୀ ଏବଂ ନେତା ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଉରକେଲାରେ ପହଞ୍ଚିବା ପୂର୍ବରୁ ବଣାଇ ଠାରେ ସାରଦାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ରଖିଥିବା ଆସ୍ଥାକୁ ସାର୍ଥକ କରିବେ ବୋଲି ସାରଦା କହିଥିଲେ।