ରାଉରକେଲା : କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ରାଉରକେଲାରେ ପହଁଚିଲେ ସାରଦା।। ଭୁବନେଶ୍ୱରରୁ ଫେରିବା ବାଟରେ ବଣାଇରେ ସମ୍ବର୍ଦ୍ଧନା।
ରାଉରକେଲା : ୨୪/୫ (ସତ୍ୟାନ୍ୟୁଜ) ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ସାରଦା ପ୍ରସାଦ ନାୟକ ଭୁବନେଶ୍ୱରରୂ ଫେରିବା ବାଟରେ ବଣାଇରେ ପହଞ୍ଚିଥିଲେ। ବଣାଇଁ ଠାରେ ଥିବା ପ୍ରସିଦ୍ଧ ଶୈବ୍ୟପୀଠ ବାବା ବାଣେଶ୍ଵର ମନ୍ଦିର ରେ ପୂଜାର୍ଚ୍ଚନା କରିଛନ୍ତି l ଏହି ଗସ୍ତ ସମୟରେ ବଣାଇଁ ର ବିଭିନ୍ନ ସଂଗଠନ ତଥା ବଣାଇଁ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଓ ଆଦେଶ କୁ ଅନୁସରଣ କରି ଜନସେବା ରେ ନିଜକୁ ଅଧିକ ନିୟୋଜିତ କରିବେ ବୋଲି କହିବା ସହ ଆରାଧ୍ଯ ପ୍ରଭୁ ବାଣେଶ୍ଵରଙ୍କ ଆଶିର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥିବା କହିଥିଲେ ସାରଦା। ରାଉରକେଲା ର ବିଧାୟକ ଥିବା ବେଳେ ମଧ୍ଯ ବଣାଇଁ ତାଙ୍କର ଦୂତୀୟ ଘର ଥିଲା। ଏହି ଅଞ୍ଚଳର ଅଧିକ ଉନ୍ନତି ପାଇଁ ତାଙ୍କର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ପ୍ରତିକ୍ରିୟାରେ ସେ ପ୍ରକାଶ କରିଥିଲେ ସାରଦା l