ଭୁବନେଶ୍ୱର : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା।। ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ।

0 614

ଭୁବନେଶ୍ୱର : ୨୪/୫ (ସତ୍ୟାନ୍ୟୁଜ) ରାଜଧାନୀ ଭୁବନେଶ୍ବରରେ ବୁଧବାର ସକାଳେ ଏକ ବର୍ବର ହତ୍ୟାକାଣ୍ଡ ଘଟିଯାଇଛି। ଭୋର ସମୟରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ସୁଶାନ୍ତ ନାୟକ ଓରଫ କାଳିଆ। ସୁଶାନ୍ତଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ୪/୫ ଜଣ ଦୁର୍ବୃତ୍ତ କାଳିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। କ୍ୟାପିଟାଲ ଥାନା ଅନ୍ତର୍ଗତ ଏକ ଏଟିଏମ୍ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି। କଳିଆଙ୍କୁ ଖଣ୍ଡାରେ ଆକ୍ରମଣ କରିବା ପରେ ଯୁବକ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।। ଭୁବନେଶ୍ୱର ୟୁନିଟ-୧ ଅଞ୍ଚଳର ଏକ କ୍ୱାର୍ଟର ନିକଟରୁ କାଳିଆଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ହତ୍ୟାର କାରଣ ଜଣାପଡିନାହିଁ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

Leave A Reply

Your email address will not be published.