ବୌଦ୍ଧ : ୨୪/୫ (ସତ୍ୟାନ୍ୟୁଜ) ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତା କମଳପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣ ପୋଲିସ କର୍ମଚରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ବାଉଁଶୁଣୀ ଥାନାର ୨ ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି।
ଥାନା କାମରେ ଆସି ଭୁବନେଶ୍ବରରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କ ବୋଲେରୋକୁ ପିଟି ଦେଇଥଲ।। ସ୍ଥାନୀୟ ଲୋକମାନେ ଦୁଇ ଗୁରୁତରଙ୍କୁ ମେଡିକାଲ ପଠାଇଥିଲେ। ଜହ୍ନାପଙ୍ଗ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ସୂଚନା ମିଳିଛି।