ମୟୁରଭଞ୍ଜ : ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ୍ୟୁ ଘଟଣା।। ବନବିଭାଗ ଅବହେଳାରୁ ଏପରି ଘଟଣା ଘଟିଥିବା ଅଭିଯୋଗ।

0 368

ଶିମିଳିପାଳ : ୨୩/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଅସୁରକ୍ଷିତ ହୋଇପଡିଛି ଶିମିଳିପାଳ। ସକ୍ରିୟ ଅଛନ୍ତି ଶିକାରୀ। ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କ ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ବନ୍ୟ ଜୀବଜନ୍ତୁ ଶିକାରୀଙ୍କ ଲଲୁପ ଦୃଷ୍ଟିରୁ ତ୍ରାହି ପାଉନଥିବା ବେଳେ ଏବେ ବନ କର୍ମଚାରୀ ମାନେ ମଧ୍ୟ ଅସୁରକ୍ଷିତ। ସାମ୍ନାକୁ ଆସିଛି ଶିକାରୀ ଗୁଳିରେ ବନ କର୍ମଚାରୀ ମୃତ୍ୟୁ ଭଳି ଘଟଣା। ଯାହା ଶିମିଳିପାଳରେ ଅବାଧ ପଶୁ ଶିକାର ଚାଲିଥିବା ସ୍ପଷ୍ଟ କରୁଛି। ଆଉ ଏହାକୁ ରୋକିବାରେ ସମର୍ଥ ହୋଇପାରୁନି ବନ ବିଭାଗ। ଆଉ ଶିକାରୀଙ୍କ ସାମ୍ନା କଲେ ,ଘଟୁଛି ଅଭାବନୀୟ ଘଟଣା। ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନ୍ୟପ୍ରାଣୀ ବନଖଣ୍ଡର ବାଙ୍ଗରିପୋଷି ରେଞ୍ଜ ଚାକିଡି ବିଟ ଅଞ୍ଚଳରେ ଘଟିଛି  ଘଟଣା। ମୃତ ଫରେଷ୍ଟ ଗାର୍ଡ ହେଲେ ବିମଳ କୁମାର ଜେନା। ଘଟଣାସ୍ଥଳରେ ବଙ୍ଗିରପୋଷି ପୁଲିସ ଓ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁଚନା ଅନୁସାରେ ଶିକାରୀ ଏକ କୁଟୁରା ଶିକାର କରି ନେଉଥିଲା ସମୟରେ ସେମାନଙ୍କୁ ଘଉଡାଇବାକୁ ଯାଇଥିବା ଫରେଷ୍ଟ ଗାର୍ଡ ଉପରକୁ , ଶିକାରୀ ପାଲଟା ଗୁଳି କରିଥିଲା। ଏବଂ ଏହି ଘଟଣା ସନ୍ଧ୍ୟା ସମୟରେ ଘଟିଥିବା କଥା ସୂଚନା ଦେଇଛନ୍ତି ପରିବାର ଲୋକେ।
ସେପଟେ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଏବଂ ବନ ବିଭାଗ ବାରିପଦା ପିଆର୍. ଏମ୍ ମେଡିକାଲରେ ପହଁଚିଥିଲେ। ତେବେ ମୃତଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଥିଲେ କ୍ଷେତ୍ର ନିର୍ଦେଶକ। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଶିକାରୀ ପୂର୍ବରୁ ଶିମିଳିପାଳରେ ଲଗାତାର ଭାବେ ଶିକାର କରିଆସୁଛନ୍ତି। ଆଜି ମଧ୍ୟ ଶିକାରୀ ଶିକାର ପାଇଁ ଆସିଥିବାର ପୂର୍ବରୁ ସୂଚନା ବିଭାଗ ଅଧିକାରୀଙ୍କୁ ମିଳିଥିଲା।ତେଣୁ ବନବିଭାଗର କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ସହ ସାମ୍ନାସାମ୍ନି ହେବାରୁ ଗୁଳିକାଣ୍ଡ ଘଟିଥିଲା।

ହେଲେ ସବୁଠାରୁ ବଡ଼କଥା ହେଲା ବନବିଭାଗ ପୂର୍ବରୁ ଏହି ସୂଚନାକୁ ହାଲୁକା ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ ଅଧିକାରୀ ବନ କର୍ମଚାରୀ ମାନଙ୍କୁ କୌଣସି ଆତ୍ମରକ୍ଷାର ବ୍ୟବସ୍ଥା ନଦେଇ ପେଟ୍ରୋଲିଂ ପାଇଁ ପଠାଇ ଦେଇଥିଲେ। ଯାହା ଫଳରେ ଆଜି ଜଣେ ବନ କର୍ମଚାରୀ ଜୀବନ ହାରିଲେ ବୋଲି କହିଛନ୍ତି ପୂର୍ବତ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ।
ମୃତକ ବନ କର୍ମଚାରୀ ବିମଳ ଜେନାଙ୍କ ପରିବାରରୁ ଜଣକୁ ତୁରନ୍ତ ବିଭାଗ ରେ ନିଯୁକ୍ତି ସହ ପର୍ଯ୍ୟାପ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

Leave A Reply

Your email address will not be published.