ରାଉରକେଲା : ରାଉରକେଲାର ଗର୍ବ ଓ ଗୌରବ ସୁମିତ ସିଂ।। ଦୌଡ଼ରେ ବିଶ୍ୱ ରେକର୍ଡର ନିକଟବର୍ତ୍ତୀ।

0 867

ରାଉରକେଲା : ୨୩/୫ ( ସତ୍ୟାନ୍ୟୁଜ) ରାଉରକେଲାର ଗର୍ବ ଓ ଗୌରବ କ୍ରୀଡାବିତ୍ ୩୨ ବର୍ଷୀୟ ସୁମିତ ସିଂ ଏବେ ବିଶ୍ଵରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି । ଯାହା ରାଉରକେଲା ପାଇଁ ଖୁସି ଓ ଗର୍ବର ବିଷୟ ହୋଇଛି। ଏନେଇ ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ ଏ ବାବଦରେ ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ଗତମାସ ୨୫ ତାରିଖରୁ ସେ ଏହି ଦୌଡ ଆରମ୍ଭ କରିଥିଲେ। ଏହି ଦୌଡ଼ ଆସନ୍ତାକାଲି ବୁଧବାର ସମାପନ ହେବ । ଏହି ୩୦ ଦିନ ମଧ୍ୟରେ ସେ ପ୍ରାୟ ୧୪୦୨କିମି ଦୌଡି ବିଶ୍ବ ରେକର୍ଡ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ ବୋଲି କହିଥିଲେ। ଏହାପୂର୍ବରୁ ୨୦୨୨ରେ ସ୍ବାଧୀନତାର ଅମୃତ ମହୋତ୍ସବ ବେଳେ ୭୫ କିମି ଦୌଡି ଆତ୍ମବିଶ୍ବାସ ବଢାଇଥିଲେ। ଏହି ସଫଳତା ପାଇଁ ସେ ନିଜର ବାପା ସଞ୍ଚୟ ସିଂ, ମା ମୀରା ଦେବୀ ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ବେଦବ୍ୟାସ ଟ୍ରକ ଓନର ଆସୋସିଏସନ୍‌ର ସଂପାଦକ ବିଶ୍ବରଂଜନ ବେଉରା, ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପର ଓନର ଆସୋସିଏସନ୍‌ର ଅଧ୍ୟକ୍ଷ ଦିଲ୍ଲୀପ ମହାନ୍ତି, କଲୁ ସିଂ, ଭିକି ଜୈନ, ନିମୁ ଜୈନ, ଗୁଡୁ ଶ୍ରୀବାସ୍ତବ, ରାଜେନ୍ଦ୍ର ଜୈୟସ୍ବାଲ, ରଜତ ଜୈନ, ଶ୍ରୀନିବାସ ରାଓ,ଗୌତମ ବାଡା, ସୁମନ ବୈରିବାଦ, ବିଶ୍ବମ୍ବର ସାମଲ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ସିଂ ଶ୍ରୀ ମହାବୀର ଫେରୋ ନିଗମରେ ବିତ୍ତ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ତେଣୁ ସେ ନିଜ ସଫଳତା ପଛରେ ରାଉରକେଲା ବାସୀ ତଥା ଜିଲ୍ଲା ଓ ପୁଲିସ ପ୍ରଶାସନର ସହଯୋଗ କୁ ପ୍ରଶଂସା କରିଥିଲେ। ତାଙ୍କର ଏହି ସଫଳତା ଆଗାମୀ ପିଢି ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.