ରାଉରକେଲା : ରାଜ୍ୟର ସମସ୍ତ ଶୈବ୍ୟପୀଠରେ ଗଞ୍ଜେଇ ନିଷେଧ ହେବ।। ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଏସପି ଏବଂ ଜିଲ୍ଲାପାଳଙ୍କୁ ଚିଠି।

0 524

ରାଉରକେଲା : ୨୩/୫ (ସତ୍ୟାନ୍ୟୁଜ) ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାର ନିଷେଧ ହେବ। ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖି ଜଣାଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଂଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ କରିଛି ବିଭାଗ।
ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହାକୁ ନେଇ ମିଶ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। କେହି କେହି ଏହାକୁ ସ୍ୱାଗତ କରୁଥିବା ବେଳେ ଆଉ କେହି ଏହା ଶହଶହ ବର୍ଷର ପରମ୍ପରା ଉପରେ କୁଠାର ଘାତ ବୋଲି କହିଛନ୍ତି।

ଶୈବପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣାକୁ ନେଇ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି, ଶୈବପୀଠରେ ଗଞ୍ଜେଇ ନିଷେଧକୁ ମୁଁ ସ୍ୱାଗତ କରୁଛି। ଗଞ୍ଜେଇ ସେବନ ଦ୍ୱାରା ମଣିଷ ରୋଗଗ୍ରସ୍ତ ହୁଏ। ଏହା ଟାଣିବା ଅନୁଚିତ। ଏବେ ପୁଅଙ୍କ ସହ ଝିଅମାନେ ବି ଗଞ୍ଜେଇ ଟାଣୁଛନ୍ତି। ଗଞ୍ଜେଇ ଟାଣିବା ଦ୍ୱାରା ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି। ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ମୁଁ ଜାଣିନି। ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲି। ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ବାବା ବଳିଆ।
ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଶୈବପୀଠରେ ଗଞ୍ଜେଇ ନିଷେଧ ସ୍ୱାଗତଯୋଗ୍ୟ। ଏହାକୁ ମୁଁ ସମର୍ଥନ କରୁଛି। ନିଶା ସେବନ ମନ୍ଦିର ଭିତରେ ହେବା ଉଚିତ୍ ନୁହେଁ । କେବଳ ଶୈବପୀଠ ନୁହେଁ ଯେକୌଣସି ଧର୍ମପୀଠରେ ନିଶା ସେବନ ଉଚିତ ନୁହେଁ।

ଆଖଣ୍ଡମଣି ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି, ବାବା ଆଖଣ୍ଡମଣିଙ୍କ ପୀଠରେ ଘର୍ଷଣ ପରମ୍ପରା ରହିଛି। ସେଥିରେ ଦଧି,ଘୃତ, ମଧୁ, ଶର୍କରା ଓ ବିଭିନ୍ନ ଫଳମୂଳ ସହ ଟିକିଏ ଗଞ୍ଜେଇ ପଡ଼ିଥାଏ। ଏହା ହେଉଛି ଶହଶହ ବର୍ଷର ପରମ୍ପରା। ଏହା ପ୍ରଭୁଙ୍କ ପାଖରେ ଲାଗି ହୁଏ।
ରାଉରକେଲା ବେଦବ୍ୟାସ ଶୈବ୍ୟ ପୀଠ ପକ୍ଷରୁ ଏ ସନ୍ଦର୍ଭରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.