ମହାରାଷ୍ଟ୍ର : ନାଗପୁର-ପୁଣେ ରୋଡ଼ରେ ଭୟଙ୍କର ଦୁର୍ଘଟଣାରେ ୭ ମୃତ , ୧୩ ଗୁରୁତର।। ଯାତ୍ରୀବାହୀ ବସ ଏବଂ ଟ୍ରକ ମଧ୍ୟରେ ଦୁର୍ଘଟଣା।

0 323

ନାହାରାଷ୍ଟ୍ର : ୨୩/୫ (ସତ୍ୟାନ୍ୟୁଜ) ମହାରାଷ୍ଟ୍ରର ନାଗପୁର-ପୁଣେ ଜାତୀୟ ରାଜପଥରେ ମଙ୍ଗଳବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣ ଯାତ୍ରୀ ମୃତ୍ୟୁ ବରଣ କରିଛନ୍ତି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଧକ୍କାରେ ଏକ ଯାତ୍ରୀବାହୀ ବସ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସପିଟାଲ ପଠାଯାଇଛି।
ଆଜି ସକାଳୁ ମହାରାଷ୍ଟ୍ର ନାଗପୁରରୁ ଏକ ଯାତ୍ରୀବାହୀ ବସ୍‌ ପୁଣେରୁ ମେହକର ଅଞ୍ଚଳ ଅଭିମୁଖେ ଯାଉଥିଲା। ମାତ୍ର ବସ୍‌ଟି ବୁଲଢ଼ନା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋର ଥିଲା ଯେ, ବସ୍‌ ଟି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଇଥିଲେ। ଖବର ପାଇ ପୁଲିସ୍ ଓ ପ୍ରଶାସନିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.