ରାଉରକେଲା : ଆଜିଠାରୁ ଦୁଇ ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା ଆରମ୍ଭ।। ଥରକରେ ୨୦ ହଜାର ଟଙ୍କା ବଦଳାଇ।ପାରିବେ ଗ୍ରାହକ।

0 357

ରାଉରକେଲା : ୨୩/୫ (ସତ୍ୟାନ୍ୟୁଜ) ଆଜି ଠାରୁ ସେପ୍ଟେମ୍ବର ୩୦ ମଧ୍ୟରେ ଲୋକମାନେ ବ୍ୟାଙ୍କ ଯାଇ ୨ ହଜାର ଟଙ୍କିଆ ନୋଟ ଜମା କରିପାରିବେ। ସେହିପରି ଏହାକୁ ବଦଳ ମଧ୍ୟ କରିପାରିବେ। ଦେଶରେ ପ୍ରଚଳିତ ୨୦୦୦ ଟଙ୍କିଆ ନୋଟ ସେପ୍ଟେମ୍ବର ୩୦ ତାରିଖ ପରେ ଆଉ ଚଳିବ ନାହିଁ।
ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଏହି ନୋଟ ବଦଳି ପ୍ରକ୍ରିୟା ଚାଲୁ ରହିବ। ଜଣେ ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ଥରକେ ବଦଳି କରିପାରିବେ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବେ। ସେଥିପାଇଁ କୌଣସି ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ଆଜି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଗତକାଲି ଆରବିଆଇ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କଗୁଡ଼ିକ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ପୂର୍ବଭଳି ବ୍ୟାଙ୍କ ଗୁଡ଼ିକରେ ୨ ହଜାର ଟଙ୍କିଆ ନୋଟ ସମେତ ଅନ୍ୟ ନୋଟକୁ ଜମା କରାଯାଇ ପାରିବ। ଏଥିରେ କୌଣସି ପ୍ରକାରର ପ୍ରତିବନ୍ଧକ କେହି ଲଗାଇ ପାରିବେ ନାହିଁ।
ବ୍ୟାଙ୍କର ସମସ୍ତ କାଉଉଣ୍ଟରରେ ଲୋକମାନଙ୍କୁ ୨ ହଜାର ଟଙ୍କିଆ ନୋଟ ବଦଳ କରିବା ପାଇଁ ବ୍ୟବସ୍ଥା ହେବ ବୋଲି ଆର ବି ଆଇ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.