ରାଉରକେଲା : ମିତ୍ରଭାନୁ ମହାପାତ୍ର ନୂତନ ଏସ ପି ଭାବେ ଯୋଗଦେଲେ।। ପୂର୍ବତନ ଏସପି ମୁକେଶ କୁମାର ଭାମୁଙ୍କ ଠାରୁ ଦାୟିତ୍ବ ଗ୍ରହଣ।

0 354

ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ରାଉରକେଲା ଏସପି ଭାବେ ଆଜି ମିତ୍ରଭାନୁ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବତନ ଏସପି ମୁକେଶ କୁମାର ଭାମୁ ଆଜି ଶ୍ରୀ ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହା ପୂର୍ବରୁ ଶ୍ରୀ ମହାପାତ୍ର କେନ୍ଦୁଝର ଏସପି ଭାବେ ଅବସ୍ଥାପିତ ଥିଲେ। ମୁକେଶ କୁମାର ଭାମୁ ସମ୍ବଲପୁର ଏସପି ଭାବେ ଯୋଗଦାନ କରିବେ। ଆଜି ନୂତନ ଏସପି ମିତ୍ରଭାନୁ ମହାପାତ୍ର ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ।

Leave A Reply

Your email address will not be published.