ରାଉରକେଲା : ସାରଦାଙ୍କ ସମେତ ରାଜ୍ୟର ତିନି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ସୁଦାମ ମରାଣ୍ଡି ଗୋପନୀୟତାର ଶପଥ ନେଲେ।

0 449

ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଲୋକ ସେବା ଭବନ ରେ ରାଜ୍ୟର ୩ ଜଣ ନୂତନ ମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୩ ଜଣ ମନ୍ତ୍ରୀ ସାରଦା ପ୍ରସାଦ ନାୟକ , ବିକ୍ରମ କେଶରୀ ଆରୁଖ ଏବଂ ସୁଦାମ ମରାଣ୍ଡି ପୂର୍ବରୁ ମଧ୍ୟ ନବୀନ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଥିଲେ। ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବେଳେ ସାରଦା ଏବଂ ସୁଦାମ ଏବେ କେବଳ ବିଧାୟକ ଥିଲେ। ସୋମବାର ଦିନ ଲୋକସେବା ଭବନର କନଭେନସନ ହଲରେ ଅୟୋଜିତ ଏହି ଶପଥ ପାଠ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟ ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ।
ଗତକାଲି ସାରଦା ମନ୍ତ୍ରୀ ହେବାକୁ ଥିବା ଜଣା ପଡିବା ପରେ ରାଉରକେଲାରେ ତାଙ୍କ ସମର୍ଥକ ଏବଂ ଶୁଭେଛୁ ମାନେ ବାଣ ଫୁଟାଇ , ମିଠା ବାଣ୍ଟି ଖୁସି ମନାଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ କରିଥିବା ଭରସାକୁ ସାର୍ଥକ କରିବେ ବୋଲି ସାରଦା କହିଥିଲେ।

Leave A Reply

Your email address will not be published.