ରାଉରକେଲା : ରାଉରକେଲା ଚେମ୍ବର ଅଫ କମର୍ସର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ । ଆରସିସିଆଇ କୁ ରାଜ୍ୟର ଶ୍ରେଷ୍ଠ ସଂଘ କରିବାକୁ ଆହ୍ୱାନ।
ରାଉରକେଲା : ୨୧/୫ (ସତ୍ୟାନ୍ୟୁଜ) ରାଉରକେଲା ବଣିକ ସଙ୍ଘର ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ସଂଘର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବଣିକ ସଙ୍ଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅୟୋଜିତ ହୋଇଥିଲା। ଏହି ବୈଠକରେ ରାଉରକେଲା ଚେମ୍ବର ଅଫ କମର୍ସ ର ସମ୍ପାଦକ ସୁନୀଲ କୟାଲଙ୍କ ସମେତ ବଣିକ ସଙ୍ଘର ସମସ୍ତ ପୂର୍ବତନ ଅଧ୍ୟକ୍ଷ ଯୋଗ ଦେଇଥିଲେ। ବିଭିନ୍ନ ସମୟରେ ହେଉଥିବା ବ୍ୟବସାୟୀ ମାନଙ୍କ ସମସ୍ୟାର ସମାଧାନ ଲାଗି ବଣିକ ସଙ୍ଘ ସଦା ତତ୍ପର ରହିବା ନେଇ ମତ ପ୍ରକାଶ ପାଇଥିଲା। ସମସ୍ତଙ୍କ ସହଯୋଗରେ ରାଉରକେଲା ବଣିକ ସଙ୍ଘକୁ ରାଜ୍ୟରେ ଶ୍ରେଷ୍ଠ ସଙ୍ଘ ଭାବେ ପ୍ରତିପାଦିତ କରିବାକୁ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ ନିଜ ବ୍ୟକ୍ତବ୍ୟରେ କହିଥିଲେ।