ରାଇରଙ୍ଗପୁର : ମରିଗଲା ମାଆର ମମତା।। ନବଜାତ ଶିଶୁର ମୃତ ଦେହ ଉଦ୍ଧାର।। ପୋଲିସ ତଦନ୍ତ ଜାରି।

0 396

ରାଇରଙ୍ଗପୁର : ୨୧/୫(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମାନବିକତା ସହ ମରି ଯାଇଛି ମାଆର ମମତା। ନିଜ ଜନ୍ମ କଲା ଶୁଶୁକୁ ଫୋପାଡ଼ି ଦେଇ ଚାଲିଯାଇଛି ମାଆ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁରରେ। ଆଜି ସହରର ଇଚିଣ୍ଡା କୱାଡିବାଲା ନିକଟରେ ଏକ ଅଜଣା ନବଜାତ ମୃତ ଶିଶୁକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। ଯାହା ଜଣା ପଡୁଛି ଗତକାଲି ରାତିରେ କେହି ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଏଠାରେ ଫିଙ୍ଗିଦେଇ ଚାଲିଯାଇଥିଲେ। ଏପରିକି ବୁଲା କୁକୁର ସେହି ଶିଶୁଟିର ଅଣ୍ଟା ତଳକୁ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା। ଏ ବାବଦରେ ରାଇରଙ୍ଗପୁର ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି। ମୃତ ଶିଶୁର ଶବ ବ୍ୟବଚ୍ଛେଦ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ଶିଶୁଟିର ମଆକୁ ଚିହ୍ନଟ କରାଯାଇ ପାରିନାହିଁ। ଏହି ଘଟଣା ରାଇରଙ୍ଗପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Leave A Reply

Your email address will not be published.