ବଣାଇ : ଦିନରେ ହେଉଛି ପ୍ରବଳ ଖରା।। ସନ୍ଧ୍ୟାରେ ପବନ ସହ ବର୍ଷା।। ଲୋକଙ୍କୁ ଆସ୍ବସ୍ତି।।

0 215

ବଣାଇ ୨୧/୫ (ସତ୍ୟାନ୍ୟୁଜ) ଏବେ ପରିବେଶ ଏବଂ ପାଗର ଘନ ଘନ ପରିବର୍ତ୍ତନ ଘଟୁଛି। ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ଏପରି ଘଟୁଥିବା କୁହାଯାଉଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ପରିବର୍ତ୍ତନର ଏପରି ସ୍ଥିତି ଦେଖିବାକୁ ମିଳୁଛି। ଏବେ ବଣାଇ ଅଞ୍ଚଳରେ ଦିନରେ ଅସମ୍ଭାଳ ଗରମ ହେଉଥିବା ବେଳେ ସନ୍ଧ୍ୟାରେ ଘଡ ଘଡି ସହିତ ପବନ ବର୍ଷା ହେଉଛି। ଗତ ତିନିଦିନ ହେଲା ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନ ହେବା ଯୋଗୁଁ ଅନେକ ସ୍ଥାନରେ ପାଣି ଜମି ଥିବା ବେଳେ ଗଛ ଭାଙ୍ଗି ରାସ୍ତା ରେ ପଡ଼ିଛି। ବଣାଇ ସରକାରୀ ବାଳିକା ବିଦ୍ୟାଳୟ ର ପାଚେରୀ ଭାଙ୍ଗି ଯାଇଛି। କେତକ ସ୍ଥାନରେ ଗଛ ପଡି ବିଦ୍ୟୁତ ତାର ଛିଣ୍ଡି ପଡ଼ୁଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଏହି ଝଡ଼ ପବନ ଯୋଗୁ ବଣାଇ ବ୍ଲକର ଗୋବିନ୍ଦପୁର, ତଳିତା, ଜକେଇକଳା, ଗୋଗୁଆ, ମଗାରମୁଣ୍ଡା, ସହ ଅନ୍ୟ ସ୍ଥାନରେ କେତେକ ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳୁଛି।

Leave A Reply

Your email address will not be published.