ବଣାଇ : ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ।। ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ।
ରାଉରକେଲା : ୨୧/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଜକେଇକଳା ଗ୍ରାମର ଲଳିତ କୁମାର ସାହୁଙ୍କ ଘରେ ନିଆଁ ଲାଗି ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇ ଯାଇଛି। ସଟସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର ସହ ନଗଦ ଟଙ୍କା ଏବଂ ଗହଣା ପୋଡି ଯାଇଛି। ହଠାତ ନିଆଁ ଲାଗି ଯିବାରୁ ଘର ଲୋକମାନେ ଭୟଭୀତ ହୋଇ ବାହାରକୁ ପଳେଇ ଆସି ପଡୋଶୀଙ୍କୁ ଡାକିଥିଲେ । ପଡୋଶୀ ଓ ଘର ଲୋକ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଘର ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା ଆଲମାରିରେ ଥିବା ନଗଦ ଟଙ୍କା ସୁନା ଗହଣା , କପଡ଼ା , ଦରକାରୀ କାଗଜ ପତ୍ର ଜଳି ଯାଇଥିଲା।
ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀ ମାନେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ଜଣା ପଡିଛି ।