ରାଉରକେଲା : ରାଉଣ୍ଡ ଟେବୁଲ ୧୯୪ ଏବଂ ଲେଡିଜ ସର୍କଲ ୧୨୦ ପକ୍ଷରୁ ଷ୍ଟ୍ରେଚର ଟ୍ରଲି ପ୍ରଦାନ।। ରାଉରକେଲା ସରକାରୀ ଡାକ୍ତରଖାନାକୁ ଦିଆଗଲା ଷ୍ଟ୍ରେଚର।
ରାଉରକେଲା : ୨୦/୫ (ସତ୍ୟାନ୍ୟୁଜ) ଭିନ୍ନତା ଦେଖାଇବା ପାଇଁ ରାଉରକେଲା ରାଉଣ୍ଡ ଟେବୁଲ୍ ୧୯୪ ଏବଂ ରାଉରକେଲା ଲେଡିଜ୍ ସର୍କଲ ୧୨୦ ‘ଚାର୍ଟର ଡେ’ ଶେଷ ଦିନରେ, ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)କୁ ଦୁଇଟି ଷ୍ଟ୍ରେଚର ଟ୍ରଲି ଦାନ କରିଛନ୍ତି। ‘ଚାର୍ଟର ଡେ’ ସପ୍ତାହର ପ୍ରତ୍ଯେକ ଦିନ ଏହି ସଂଗଠନ କିଛି ନା କିଛି ଶିକ୍ଷା, ସ୍ବାସ୍ଥ୍ୟସେବା ଓ କମ୍ଯୁନିଟି ସର୍ଭିସ୍ ଭିତ୍ତିକ ସାମାଜିକ କାର୍ଯ୍ଯ କରିଛନ୍ତି। ଆରଜିଏଚ୍ ପକ୍ଷରୁ ଏଥିପାଇଁ ସଂଗଠନକୁ ଧନ୍ଯବାଦ ଦେବା ସହିତ କହିଛନ୍ତି ଯେ, ଦୁଇଟି ଷ୍ଟ୍ରେଚର ଟ୍ରଲି ରୋଗୀଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା ପାଇଁ ବହୁ ସହାୟକ ହେବ ଏବଂ ଏହାର ଆବଶ୍ୟକତା ରହିଥିଲା। ରାଉରକେଲା ରାଉଣ୍ଡ ଟେବୁଲ୍ ୧୯୪ ଓ ରାଉରକେଲା ଲେଡିଜ୍ ସର୍କଲ ୧୨୦, ଆରଜିଏଚକୁ ସହଯୋଗ କରିଆସୁଛି, କାରଣ ଆରଜିଏଚ୍ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେମାନେ ବିଶ୍ବାସ କରନ୍ତି। ଏହି କାର୍ଯ୍ଯକ୍ରମରେ ଗଗନଦୀପ୍ ସିଂହ ସାଲୁଜା, ରୋହିତ୍ ବଂଶଲ, ରାହୁଲ୍ ଅଗ୍ରଓ୍ବାଲ, ଏବଂ ମୋହିତ୍ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ, ରାଉରକେଲା ରାଉଣ୍ଡ ଟେବୁଲ୍ ୧୯୪ର ଚେୟାରମ୍ୟାନ ଗଗନଦୀପ୍ ସିଂହ ସାଲୁଜା କହିଥିଲେ ଯେ, ସେମାନଙ୍କ ରାଉଣ୍ଡ ଟେବୁଲ୍ ଗୃପ୍ ଏକ ଯୁବ ବାହିନୀ ଓ ଯେକୌଣସି ସାମାଜିକ କାର୍ଯ୍ଯ କରିବାକୁ, ଯଥା ସମ୍ଭବ ସାହାଯ୍ୟ ଓ ସହାନୁଭୂତି ଦେଖାଇବା ପାଇଁ ଟ୍ରେନିଂ ଦିଆଯାଇଛି।