ରାଉରକେଲା : ଘରେ ଘରେ ପାଳନ କରାଯାଉଛି ଆସ୍ଥା ଏବଂ ଦୃଢ଼ ବିଶ୍ୱାସର ପୂଜା ସାବିତ୍ରୀ ବ୍ରତ।। ମନ୍ଦିର ମାନଙ୍କରେ ମଧ୍ୟ ବ୍ରତାଧାରୀ ମାନଙ୍କ ଭିଡ଼।

0 339

ରାଉରକେଲା : ୧୯/୫ ସତ୍ୟାନ୍ୟୁଜ) ସଧବା ନାରୀମାନଙ୍କ ଦୃଢ଼ ବିଶ୍ୱାସର ପୂଜା ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରିବାର ବିଧି ରହିଛି। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଓ ଶୁଭ ମନାସୀ ନିଜ ଶଙ୍ଖା ସିନ୍ଦୂରକୁ ଅତୁଟ ରଖି ସୌଭଗ୍ୟବତୀ ହେବା ଆଶାରେ ଏହି ଓଷାକୁ ସଧବା ନାରୀମାନେ ପାଳନ କରିଥାନ୍ତି। ବିଭିନ୍ନ ପ୍ରକାର ଫଳ ମୂଳ ଅର୍ପଣ କରି ନିଷ୍ଠାର ସହ ଏହି ପୂଜା କରାଯାଇଥାଏ । ଆଜି ରାଉରକେଲା ସହରର ଘରେ ଘରେ ପାଳନ କରାଯାଉଛି ସାବିତ୍ରୀ ବ୍ରତ । ଏହା ଛଡା ବିଭିନ୍ନ ମନ୍ଦିରରେ ମଧ୍ୟ ସଧବା ନାରୀ ମାନେ ନିଷ୍ଠାର ସହ ଉପବାସ କରି ବ୍ରତ ପାଳନ କରୁଛନ୍ତି। ରେଲୱେ କଲୋନୀ କାଳୀ ମନ୍ଦିର , ହନୁମାନ ବାଟିକା , ୩ ନମ୍ବର ସେକ୍ଟର ଜଗନ୍ନାଥ ମନ୍ଦିର , ତାରିଣୀ ମନ୍ଦିର , ଲକ୍ଷ୍ମୀ ନାରାୟଣ ମନ୍ଦିର ଆଦି ସ୍ଥାନରେ ବ୍ରତାଧାରୀ ମାନଙ୍କର ପ୍ରବଳ ଭିଡ ଲାଗି ରହିଛି।

Leave A Reply

Your email address will not be published.