ରାଉରକେଲା : ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ।। ପ୍ରବଳ ଖରା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା।। ଆଉ ୪ଦିନ ଗ୍ରୀଷ୍ମପ୍ରବାହ ନେଇ ଆକଳନ।

0 454

ରାଉରକେଲା : ୧୯/୫ (ସତ୍ୟାନ୍ୟୁଜ) ଚାରିଦିନ ହେଲା ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଖରା ହେଉଛି। ଦିନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏପରି ଅବସ୍ଥା ଆଉ ଚାରି ଦିନ ଲାଗି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଦିନ ୧୦ଟା ପରେ ଲୋକ ମାନଙ୍କ ଯିବା ଆସିବା କମ ହୋଇ ଯାଉଛି। ଯିଏବି ବାହାରୁଛନ୍ତି ମୁଣ୍ଡରେ କପଡା ଗୁଡ଼ାଇ କିମ୍ବା ଛତା ନେଇ ଯାଉଛନ୍ତି। ବହୁ ସ୍ଥାନରେ ରାସ୍ତା କଡରେ ମୃଦୁ ପାନୀୟ , ଆମ୍ବ ରସ , ଦହି ସରବତ , ଆଖୁ ରସ ଷ୍ଟଲ ମାନ ଖୋଲିଛି। ପ୍ରବଳ ଖରାରୁ ତ୍ରାହି ପାଇବା ଲାଗି ଲୋକମାନେ ଥଣ୍ଡା ସର୍ବତର ସାହାରା ନେଉଛନ୍ତି। ତେବେ ଜିଲ୍ଲାର ଦୁଇଟି ସ୍ଥାନରେ ଖରା ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବଣେଇ ଥାନା ଅଞ୍ଚଳରେ ବିଲରେ କାମ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ତେବେ ଏହି ଦୁଇ ଜଣଙ୍କ ମୃତ୍ୟୁର ସଠିକ କାରଣ ପୋଷ୍ଟମର୍ଟମ ପରେ ଜଣା ପଡିବ। ଗ୍ରୀଷ୍ମ ପ୍ରବାହ ଆଉ ଚାରି ଦିନ ରହିବା ନେଇ ପୂର୍ବାନୁମାନ କରା ଯାଇଥିବାରୁ ଜିଲ୍ଲା ବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.