ରାଉରକେଲା : ପୁରୀ-ହଉଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ରାଉରକେଲାରେ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ।। ରାଉରକେଲା ଦେଇ ଏହି ଟ୍ରେନ ଚଳାଇବାକୁ ଦାବି।

0 556

ରାଉରକେଲା : ୧୮/୫ (ସତ୍ୟାନ୍ୟୁଜ) ପୁରୀ-ହାଉଡା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଆଜି ଶୁଭାରମ୍ଭ ହୋଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂଗ ମାଧ୍ୟମରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହା ସହ କଟକ ଏବଂ ପୁରୀ ରେଳ ଷ୍ଟେସନର ପୁନ୍ନ ନବୀକରଣ ଲାଗି ଶିଳାନ୍ୟାସ କରିବେ। ରାଜ୍ୟରେ ଅନ୍ୟ କେତେକ ନୂତନ ରେଳ ପ୍ରକଳ୍ପ ସହ ରାଉରକେଲା -ମନୋହରପୁର -ଝାରସୁଗୁଡା ତୃତୀୟ ରେଳପଥକୁ ମଧ୍ୟ ଦେଶ ପ୍ରତି ଉତ୍ସର୍ଗ କରିବେ। ଏହି ପରିପ୍ରେକ୍ଷୀରେ ରାଉରକେଲା ରେଳ ଷ୍ଟେସନରେ ଏକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଓଡ଼ିଶାରେ ଶୁଭାରମ୍ଭ କୁ ଉପସ୍ଥିତ ଲୋକମାନେ ସ୍ୱାଗତ କରିଥିଲେ। ତେବେ ରାଉରକେଲା ଦେଇ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ବିଜେପି ନେତା ନିହାର ରାୟ ଏବଂ ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ଦାବି କରିଥିଲେ।

Leave A Reply

Your email address will not be published.