ରାଉରକେଲା : ୧୮/୫ (ସତ୍ୟାନ୍ୟୁଜ) ରାଉରକେଲାର ଅମିତାଭ ସାମଲଙ୍କୁ ଫେଡେରେଶନ ଅଫ ଇଣ୍ଟରନେସନାଲ ଟ୍ରେଡ଼ ଇନଭେଷ୍ଟର ଗୁଣଦୟ ଆସୋସିଏସନ ର ଝାରଖଣ୍ଡ ଏବଂ ଛତିଶଗଡ଼ର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପତ୍ର ସଙ୍ଘର ନେସନାଲ ଚେୟାରମ୍ୟାନ ତଥା ନିର୍ଦ୍ଦେଶକ ଆଦିତ୍ୟ ଖାନ୍ନା ଦସ୍ତଖତ କରିଛନ୍ତି। ଶ୍ରୀ ସାମଲ ପୂର୍ବବତ
ଏଫ୍ ଆଇ ଟି ଆଇ ଜି ର ଓଡିଶା ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ପତ୍ରରେ ଉଲ୍ଲେଖ ରହିଛି। ଝାରଖଣ୍ଡ ଏବଂ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟଯେ ସଙ୍ଗଠନର ଓଡିଶା ଶାଖାର ଏକ ବୈଠକ ଦୁଇଦିନ ପୂର୍ବେ ରାଉରକେଲାରେ ହୋଇଥିଲା।
ଏଫ୍ ଆଇ ଟି ଆଇ ଜି ର ରାଜ୍ୟ ଚେୟାରମ୍ୟାନ ବ୍ରହ୍ମା ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।