ରାଉରକେଲା : ପି ଏଲ୍ ଏଫ୍ ଆଇ ଏରିଆ କମାଣ୍ଡର ଏବଂ ଅନ୍ୟ ଜଣେ ସହଯୋଗୀ ଗିରଫ।। ପିସ୍ତଲ , ଗୁଳି ଜବତ ।

0 484

ରାଉରକେଲା : ୧୬/୫ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପିପୁଲ ଲିବରେସନ ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ) ର ଏରିଆ କମାଣ୍ଡର ନେଲସନ୍ ଗୁଡ଼ିଆ ଏବଂ ତାର ଅନ୍ୟ ଜଣେ ସହଯୋଗୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।
ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ , ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଏହି ଦୁଇ ହାର୍ଡକୋର୍ ପି ଏଲ୍ ଏଫ୍ ଆଇ ସଦସ୍ୟ ଓଡିଶା-ଝାରଖଣ୍ଡ ସୀମାନ୍ତ ବିଶ୍ରା , ଜରେଇକେଲା , ଭାଲୁଲତା ଆଦି ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ଅଛନ୍ତି। ଏମାନଙ୍କ ନାଁରେ ଦାଦା ବଟି , ହତ୍ୟା ଉଦ୍ୟମ ଭଳି ଅତି ଜଘନ୍ୟ ମାମଲା ରହିଛି। ନେଲସନର ଗତିବିଧି ସମ୍ପର୍କରେ ଖବର ପାଇ ରାଉରକେଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଶ୍ରା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ। ନେଲସନ କୁ ଗିରଫ କରିବା ପରେ ତାର ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି।
ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.