ରାଇରଙ୍ଗପୁର : ବହଲଦାରେ ଦ୍ରୁବୃତ୍ତଙ୍କ ଗୁଳିମାଡରେ ଦୁଇ ଯୁବକ ଗୁରୁତର।। ପିସ୍ତଲ , ଗୁଳି ଜବତ।। ଜଣେ ଗିରଫ।

0 499

ରାଇରଙ୍ଗପୁର : ୧୬/୫ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ଦ୍ରୁବୃତ୍ତଙ୍କ ଆଖିବୁଜା ଗୁଳି ମାଡରେ ଜଣେ ବ୍ୟାଙ୍କ କର୍ମଚାରୀ ଏବଂ ତାଙ୍କ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ଟାଟା ରେ ଥିବା ଏକ ଘରୋଇ ହସପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଗୁଳିମାଡ଼ କରିଥିବା ତିନିଜଣ ଦ୍ରୁବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକ ମାନେ ଧରି ନିର୍ଧୁମ ପିଟିଥିଲେ। ଉକ୍ତ ଆହତ ଦ୍ରୁବୃତ୍ତଙ୍କୁ ବାରିପଦାରେ ଚିକିତ୍ସା କରାଯାଉଛି। ପୋଲିସ ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ ଏବଂ ୨୫ ରାଉଣ୍ଡ ଗୁଳି ଜବତ କରିଛି। ଗୁଳି ମାଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସୂଚନା ଅନୁଯାୟୀ ବହଳଦାକୁ ଯାଇଥିବା ବାଇପାସ ଛକ ନିକଟରେ ଗତ କାଲି ରାତିରେ ଏହି ଗୁଳିକାଣ୍ଡ ଘଟିଛି। ବ୍ୟାଙ୍କ କର୍ମଚାରୀ ଗୌରବ ଦାସ ଏବଂ ତାଙ୍କର ଜଣେ ସମ୍ପର୍କୀୟ କାର୍ତ୍ତିକ ସ୍ୱାଇଁ ଘରେ ଥିବା ବେଳେ ଦ୍ରୁବୃତ୍ତ ମାନେ ତାଙ୍କୁ ଘରୁ ଡାକି ନେଇଥିଲେ। କିଛି ସମୟ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ଦ୍ରୁବୃତ୍ତ ମନେ ଗୁଳି ମାଡ କରିଥିଲେ। ଗୁଳି ମାଡରେ କାର୍ତ୍ତିକ ଏବଂ ଗୌରବ ତଳେ ପଡିଯାଇଥିବା ବେଳେ ଦୃବତ୍ତ ମାନେ ଫେରାର ହୋଇ ଯାଇଥିଲେ। କିନ୍ତୁ ଜଣେ ଆକ୍ରମଣ କାରୀକୁ ସ୍ଥାନୀୟ ଲୋକମାନେ ଧରି ପକାଇଥିଲେ। ବିଭିନ୍ନ ଦିଗରୁ ପୋଲିସ ଗୁଳିମାଡ଼ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.