ବିଧାୟକ ମୋହନ ମାଝୀ ଙ୍କ ଉପରେ ବୋମାମାଡ଼ ଘଟଣା ପଶ୍ଚିମାଞ୍ଚଳ ଡି ଆଇ ଜି ଙ୍କ ଘଟଣାସ୍ଥଳ ପରିଦର୍ଶନ ।

0 581

ରବିବାର ଦିନ କେଉଁଝର ସଦର ବିଧାୟକ ମୋହନ ମାଝି ଙ୍କ କାର ଉପରକୁ ବୋମାମାଡ଼ କରିଥିବା ଦୃବୁତ୍ତ ଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିବାକୁ ସଫଳ ହୋଇନାହିଁ । ଗତକାଲି ନଅ ଜଣ ବିଜେପି ବିଧାୟକ କେଉଁଝର ଏସ ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ଅପରଧୀଙ୍କୁ ଶୀଘ୍ର ଧରିବାକୁ ଦାବି କରିଥିଲେ ।

ଅପରଧୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ ପି ଗତକାଲି କହିଥିବା ବେଳେ ଆଜି ପଶ୍ଚିମାଞ୍ଚଳ ଡି ଆଇ ଜି ଜୟ ନାରାୟଣ ପଙ୍କଜ କେଉଁଝର ଗସ୍ତରେ ଆସିଛନ୍ତି । ଡି ଆଇ ଜି ପଙ୍କଜ କେଉଁଝର ଏସପି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସହ ଆଲୋଚନା କରିଥିବା ବେଳେ ବୋମାମାଡ଼ ହୋଇଥିବା ଘଟଣାସ୍ଥଳ ରେ ପରିଦର୍ଶନ କରିଥିଲେ । ବିଧାୟକ ଙ୍କ ଗାଡି ଉପରେ ଆକ୍ରମଣ କରିଥିବା ଅପରାଧୀଙ୍କ ବାବଦରେ ପୋଲିସକୁ ସୁରାକ ମିଳିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡି ଆଇ ଜି ଶ୍ରୀ ପଙ୍କଜ କହିଛନ୍ତି ।

Leave A Reply

Your email address will not be published.