ରାଉରକେଲା: ୧୩/୯
(ସତ୍ୟାନ୍ୟୁଜ) ରାତି ପାହିଲେ ଗଣେଶ ପୂଜା। ପୂଜା ପାଇଁ ରାଉରକେଲା ସହର ଉତ୍ସବ ମୁଖର ହୋଇ ଉଠିଛି। ସହରର ବିଭିନ୍ନ ସ୍ଥାନରେ ଦୁଇ ଶହ ରୁ ଉର୍ଦ୍ଧ ପେଣ୍ଡାଲରେ ବିଘ୍ନରାଜ ପୂଜା ପାଇବେ। ଏଥିପାଇଁ ଆକର୍ଷଣୀୟ ପୂଜା ପେଣ୍ଡାଲ ର ନିର୍ମାଣ ଚାଲିଛି। ବାସନ୍ତୀ କଲୋନୀ ର ହେଲ୍ପ ଏଜ୍ କ୍ଲବ୍ ତରଫରୁ
ସ୍ୱର୍ଣ୍ଣଗିରି ର ଅବିକଳ ପ୍ରତିବିମ୍ବ ନିର୍ମାଣ କରା ଯାଉଛି। ଏହାର ଉଚ୍ଚତା ୬୫ ଫୁଟ ରଖା ଯାଇଛି। ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପ୍ରକାର ଦୋଳି ସହ ମୀନା ବଜାର ଲଗା ଯାଇଛି। ଶ୍ରଦ୍ଧାଳୁ ମାନେ ଯେପରି ସୁରୁଖୁରୁରେ ଦର୍ଶନ କରି ପାରିବେ ସେଥିପାଇଁ ବ୍ୟବସ୍ଥା କରା ଯାଇଛି। ସୁରକ୍ଷା ଦୃଷ୍ଟିରୁ ସିସିଟିଭି ମଧ୍ୟ ଲଗା ଯାଇଛି। ଛେଣ୍ଡ କଲୋନୀ
ଭି ଏସ୍ ଏସ୍ ମାର୍କେଟ ସମ୍ମୁଖରେ ହେଉଥିବା ଗଣେଶ ପୂଜା ରେ ବିଘ୍ନରାଜ ଙ୍କ ଆକୃତି ର ଆକର୍ଷଣୀୟ ପେଣ୍ଡାଲ ନିର୍ମାଣ କରା ଯାଇଛି। ଏହା ଛଡା ସିଭିଲ ଟାଉନସିପ୍ , ଡେଲି ମାର୍କେଟ , ପାୱାର ହାଉସ୍ ରୋଡ , ଉଦିତ ନଗର ଆଦି ସ୍ଥାନରେ ମଧ୍ୟ ଆକର୍ଷଣୀୟ ପୂଜା ହେଉଛି। ଉଜ୍ଜଳ ଆଲୋକ ମାଳା ରେ ସାରା ସହର ଝଲସୁଛି।