ରାଉରକେଲା : ଦୁଇ ବସ୍ତି ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ ସଂଘର୍ଷରେ ପୋଲିସ୍ ର କଡ଼ା କାର୍ଯ୍ୟାନୁଷ୍ଠାନ।। ଉଭୟ ଗୋଷ୍ଠୀର ୨୧ ଗିରଫ।

0 191

ରାଉରକେଲା: ୧୩/୯
(ସତ୍ୟାନ୍ୟୁଜ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳର ଦୁଇ ବସ୍ତିର ଯୁବକ ମାନଙ୍କ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ବିସ୍ପୋରକ ସ୍ଥିତିରେ ପହଞ୍ଚିଥିବା ବେଳେ ପୋଲିସ୍ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି। ହିଂସା କାଣ୍ଡରେ ସଂପୃକ୍ତ ଥିବା ଉଭୟ ପକ୍ଷର ୨୧ ଜଣଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ଗଣ୍ଡଗୋଳ ୬ ନମ୍ୱର୍ ସେକ୍ଟର ଜାମଟୋଲି ବସ୍ତି ଏବଂ
ଆନନ୍ଦମାର୍ଗ ବସ୍ତି ମଧ୍ୟରେ ଗତ ହୋଲି ସମୟରୁ ଲାଗି ରହିଛି। ଗତ ମାସ ୩୦ ତାରିଖରେ ମଧ୍ୟ ଆମ୍ବାଗାନ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ମହିମା ଆଶ୍ରମ ବସ୍ତିର କିଛି ଯୁବକ ଆହତ ହୋଇଥିଲେ। ଏହାର ପ୍ରତିକ୍ରିୟାରେ ଶୁକ୍ରବାର ରାତିରେ ମହିମା ବସ୍ତି ର କିଛି ଯୁବକ ଜାମଟୋଲି ବସ୍ତିରେ ପଶି କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ବସ୍ତିର ଜଣେ ଯୁବକ ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରୁ ବସ୍ତିରେ ପୋଲିସ୍ ମୁତୟନ କରାଯାଇଛି। ଆଜି ଉଭୟ ପକ୍ଷରୁ ୨୧ ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.