ରାଉରକେଲା : ଲାଠିକଟା ସ୍କୁଲ ହଷ୍ଟେଲ ସେପ୍ଟିକ ଟାଙ୍କୀ ପାଣି ବହୁଛି ରାସ୍ତାରେ।।ଅସ୍ୱାସ୍ଥ୍ୟକର ପରିବେଶରେ ଲୋକେ।। ସମସ୍ୟା ସମାଧାନ ପାଇଁ ଦାବି।

0 68

ରାସ୍ତା ଉପରେ ସେପ୍ଟିକ୍ ଟାଙ୍କି ପାଣି । ଅସ୍ୱାସ୍ଥ୍ୟକର ପରିବେଶରେ ଲୋକେ ରହିବାକୁ ବାଧ୍ୟ ହେଉଛନ୍ତି।

ରାଉରକେଲା:୧୪/୯
(ସତ୍ୟାନ୍ୟୁଜ) ଲାଠିକଟା ଦେଓ କରଣ ବିଦ୍ୟାପୀଠ ହାଇସ୍କୁଲ ହଷ୍ଟେଲର ସେପ୍ଟିକ୍ ଟାଙ୍କି ପାଣି ରାସ୍ତା ଉପରେ ଚାଲି ଆସିବା ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି ସ୍ଥାନୀୟ ଲୋକେ। ଏପରି ଅଭିଯୋଗ ସ୍ଥାନୀୟ ଲୋକେ କରିଛନ୍ତି।

ଲାଠିକଟା ଦେଓ କରଣ ବିଦ୍ୟାପୀଠ ହାଇସ୍କୁଲର ହଷ୍ଟେଲ ନିକଟରେ ଦେଖାଦେଇଛି ଅସ୍ୱାସ୍ଥ୍ୟକର ପରିବେଶ। ହଷ୍ଟେଲର ସେପ୍ଟିକ୍ ଟାଙ୍କିର ଦୂଷିତ ପାଣି ରାସ୍ତା ଉପରକୁ ଚାଲି ଆସିଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି।
ରାସ୍ତା ଉପରେ ଦୂଷିତ ପାଣି ଜମି ରହିବା ସହ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ସ୍ଥାନୀୟ ବାସିନ୍ଦା ଓ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
ଦୀର୍ଘ ସମୟ ଧରି ଏଭଳି ସମସ୍ୟା ରହିଲେ ଏହା ପରିବେଶ ପ୍ରଦୂଷଣ ସହ ଜନସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ।
ସମସ୍ୟାର ତୁରନ୍ତ ସମାଧାନ କରିବା ସହ ସେପ୍ଟିକ୍ ଟାଙ୍କି ଓ ଡ୍ରେନେଜ୍ ବ୍ୟବସ୍ଥାର ସଠିକ୍ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଲୋକେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.