ରାଉରକେଲା : ଏସପି ଙ୍କ କାର୍ଯ୍ୟାଳୟରେ ମୋବାଇଲ୍ ମେଳା।। ଚୋରି କିମ୍ବା ହଜି ଯାଇଥିବା ୧୮୮ ଟି ମୋବାଇଲ ଫୋନ୍ ମାଲିକଙ୍କୁ ଫେରାଇଲା ପୋଲିସ୍।।

0 44

ରାଉରକେଲା ପୋଲିସର ସ୍ପେଶାଲ୍ ଡ୍ରାଇଭ୍
ଫେରିଲା ୧୮୮ଟି ଚୋରି ଓ ହଜିଥିବା ମୋବାଇଲ୍

ରାଉରକେଲା : ୨୪/୯
(ସତ୍ୟାନ୍ୟୁଜ) ରାଉରକେଲାରେ ମୋବାଇଲ୍ ଚୋରି ଓ ହଜିଯିବା ଘଟଣାରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ପୋଲିସର ସ୍ପେଶାଲ୍ ଡ୍ରାଇଭ୍। ଟେକ୍ନିକାଲ୍ ଆନାଲିସିସ୍ ଓ ଫିଲ୍ଡ ଭେରିଫିକେସନ୍ ଜରିଆରେ ଟ୍ରେସ୍ କରାଯାଇଛି ୧୮୮ଟି ମୋବାଇଲ୍ ଫୋନ୍।

ଚୋରି କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରାଇବା ପାଇଁ ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଏକ ସ୍ୱତନ୍ତ୍ର ଅଭିଯାନ।
ମିସିଂ ମୋବାଇଲ୍‌ଗୁଡ଼ିକର IMEI ନମ୍ବର ଚିହ୍ନଟ କରାଯାଇ, ଟେକ୍ନିକାଲ୍ ଆନାଲିସିସ୍ ମାଧ୍ୟମରେ ସେଗୁଡ଼ିକର ବର୍ତ୍ତମାନ ବ୍ୟବହାର ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହା ସହିତ ଫିଲ୍ଡ ଭେରିଫିକେସନ୍ ମଧ୍ୟ କରାଯାଇଥିଲା।
ଏହି ସ୍ପେଶାଲ୍ ଡ୍ରାଇଭ୍‌ରେ ମୋଟ ୧୮୮ଟି ମୋବାଇଲ୍ ଫୋନ୍ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ। ଉଦ୍ଧାର ହୋଇଥିବା ମୋବାଇଲ୍‌ଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା।
ଆଜି, ସେପ୍ଟେମ୍ବର ୧୪ ତାରିଖରେ, ମାଲିକାନାର ଆବଶ୍ୟକ ଯାଞ୍ଚ ପରେ ମୋବାଇଲ୍‌ଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।
ଏଥିପାଇଁ ରାଉରକେଲା DPO ପରିସରରେ ଆୟୋଜନ କରାଯାଇଥିଲା ଏକ “ମୋବାଇଲ୍ ମେଳା”।
ମୋବାଇଲ୍ ଫେରିପାଇ ଖୁସି ହୋଇଛନ୍ତି ଲୋକ ମାନେ। ପୋଲିସର ଏଭଳି ପଦକ୍ଷେପ ଜନସାଧାରଣଙ୍କ ମଧ୍ୟରେ ପୋଲିସ ପ୍ରତି ଆସ୍ଥାକୁ ଆହୁରି ମଜବୁତ କରିଛି।
ରାଉରକେଲା ପୋଲିସ କହିଛି, ଆଗାମୀ ଦିନରେ ମଧ୍ୟ ଏଭଳି ସ୍ପେଶାଲ୍ ଡ୍ରାଇଭ୍ ଜାରି ରହିବ। ଚୋରିଜନିତ ଅପରାଧକୁ ରୋକିବା ସହ ଲୋକଙ୍କ ହଜିଥିବା ମୋବାଇଲ୍ ଟ୍ରେସ୍ କରି ଶୀଘ୍ର ଫେରାଇବା ଦିଗରେ ପୋଲିସ ଗୁରୁତ୍ୱ ଦେବ।

୭୦ ଲକ୍ଷ ଟଙ୍କାର ୧୮୮ଟି
ମୋବାଇଲ୍ ଫେରିପାଇଲେ ମାଲିକ। ରାଉରକେଲା ପୋଲିସର ଏହି ପଦକ୍ଷେପକୁ ନେଇ ଖୁସି ପ୍ରକାଶ କରିଛନ୍ତି ମୋବାଇଲ୍ ଫେରିପାଇଥିବା ଲୋକମାନେ।

Leave A Reply

Your email address will not be published.