ରାଉରକେଲା: ବନ୍ଦ ଘରେ ଶୋଇ ଥିବା ବେଳେ ନିଆଁ ରେ ପୋଡ଼ି ହୋଇ ଜିତେନ୍ଦ୍ର ଶାହାଙ୍କ ମୃତ୍ୟୁ।। ବିଳମ୍ବିତ ରାତିରେ ମଧୁସୂଦନ ପାଲି ର ଘଟଣା।
ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପା ଙ୍କ ମୃତ୍ୟୁ, ଅଳ୍ପକେ ବଞିଲା ପୁଅ।
ରାଉରକେଲା ; ୧୪/୯
(ସତ୍ୟାନ୍ୟୁଜ) ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ପ୍ରାୟ ୫୮ ବର୍ଷୀୟ ଜିତେନ୍ଦ୍ର ସାହାଙ୍କର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଏକ ଘରେ ପୁଅ ରାହୁଲ ଶୋଇଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ରେଲୱେ କଲୋନୀ ମଧୁସୂଦନପାଲିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ତେବେ କାହିଁକି ଓ କେମିତି ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ କରିଛି ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ମଧୁସୂଦନପାଲିରେ ଜିତେନ୍ଦ୍ର, ପତ୍ନୀ ଓ ତାଙ୍କ ପୁଅ ରୋହିତ ରହନ୍ତି l ପତ୍ନୀ ଦେହ ଭଲ ନ ଥିବାରୁ ସେ କିଛି ଦିନ ପୂର୍ବରୁ ଝିଅ ଘରକୁ ଚାଲିଯାଇଥିଲେ l ବୋହୂ ଓ ସାନ ଝିଅ ତାଙ୍କ ଅଜା ଘରକୁ ଯାଇଥିବା ବେଳେ ବାପା ଜିତେନ୍ଦ୍ର ତାଙ୍କ ପୁଅ ରୋହିତ ସହ ଘରେ ରହୁଥିଲେ l ଗତକାଲି ରାତିରେ ଖାଇ ସାରିବା ପରେ ଜିତେନ୍ଦ୍ର ଗୋଟିଏ ଘରେ ଓ ରୋହିତ ଅନ୍ୟ ଘରେ ଶୋଇବାକୁ ଯାଇଥିଲେ l ରାତି ପ୍ରାୟ ଦୁଇଟା ପରେ ଜିତେନ୍ଦ୍ର ଶୋଇଥିବା ଘର ଜଳୁଥିବା ଦେଖି ପଡୋଶୀମାନେ ପାଟି କରିବା ସହ ରୋହିତ ପାଖ ପଡୋଶୀ ଙ୍କୁ ଡାକିଥିଲେ l ଅଗ୍ନିଶମ କାର୍ଯ୍ୟାଳୟକୁ ଖବର ଦେବା ସହ ପୁଅ ରୋହିତ ଓ ପଡୋଶୀ ନିଆଁକୁ ଆୟତ୍ତ ଓ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ l ଘର ଭିତର ପଟୁ ବନ୍ଦ ଥିବାରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିପାରିନଥିଲେ l ଅଗ୍ନିଶମ ଗାଡି ପହଂଚିବା ପୂର୍ବରୁ ଜିତେନ୍ଦ୍ର ଘର ଭିତରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ପ୍ରକାଶ କରିଛନ୍ତି ପାଖ ପଡୋଶୀ।