୧ କୋଟି ୮୫ ଲକ୍ଷ ଠକେଇ : ସାଇବର ଠକେଇ ମାମଲାରେ ୧.୧୪ କୋଟିରୁ ଅଧିକ ଟଙ୍କା ଫେରସ୍ତ, ଜଣେ ଗିରଫ
ସୁନ୍ଦରଗଡ଼:୧୨/୯ (ସତ୍ୟାନ୍ୟୁଜ) ବିଜନେସ୍ ଇ-ମେଲ୍ ଠକେଇ ମାମଲାରେ ସୁନ୍ଦରଗଡ଼ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ପୋଲିସକୁ ମିଳିଛି ବଡ଼ ସଫଳତା।
କୁଆଁରମୁଣ୍ଡା ର Govindam Projects Pvt. Ltd. ସହିତ ହୋଇଥିବା ପ୍ରାୟ ୧ କୋଟି ୮୫ ଲକ୍ଷ ଟଙ୍କାର ଠକେଇ ମାମଲାରେ ୧ କୋଟି ୧୪ ଲକ୍ଷ ୮୮ ହଜାର ଟଙ୍କା ଟ୍ରେସ୍ କରି ହୋଲ୍ଡ କରାଯାଇଥିଲା।
କୋର୍ଟଙ୍କ ଆଦେଶ ପରେ ଯାଞ୍ଚ ପ୍ରକ୍ରିୟା ଶେଷ କରି ଏହି ସମସ୍ତ ଟଙ୍କା ପୀଡ଼ିତ କମ୍ପାନୀର ଆକ୍ସିସ ବ୍ୟାଙ୍କ୍ ଖାତାକୁ ଫେରସ୍ତ କରାଯାଇଛି।
ଏହି ମାମଲାରେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲାର ୨୬ ବର୍ଷୀୟ ଜୁବେର ଖାନଙ୍କୁ ସେପ୍ଟେମ୍ବର ୯ରେ ଗିରଫ କରାଯାଇଛି। ତାଙ୍କ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଓ ସିମ୍ କାର୍ଡ ଜବତ ହୋଇଛି।
ଅଭିଯୁକ୍ତଙ୍କୁ ଆଜି ସୁନ୍ଦରଗଡ଼ SDJM କୋର୍ଟରେ ହାଜର କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କ ଚିହ୍ନଟ ଓ ଅବଶିଷ୍ଟ ଟଙ୍କା ଟ୍ରେସିଂ ପାଇଁ ତଦନ୍ତ ଜାରି ରହିଛି।