ସୁନ୍ଦରଗଡ଼ : ବିରମିତ୍ରପୁର ଗଣ ଦୁଷ୍କର୍ମ ପୀଡ଼ିତା ଙ୍କ ଆତ୍ମହତ୍ୟା ଉଦ୍ୟମ।। ସମ୍ବଲପୁର ଘରୋଇ ହସ୍ପିଟାଲ ରେ ଭର୍ତ୍ତି।

0 154

ସୁନ୍ଦରଗଡ଼:୫/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଖବର। ବୀରମିତ୍ରପୁର ଥାନା ଗଣଦୁଷ୍କର୍ମ ମାମଲାର ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ପୀଡ଼ିତା ଗୁରୁବାର ରାତିରେ ଏକକାଳୀନ ପ୍ରାୟ ୨୫ଟି ନିଶା ବଟିକା ଖାଇଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୁନ୍ଦରଗଡ଼ ଏବଂ ପରେ ବୁର୍ଲା ମେଡିକାଲ କଲେଜକୁ ନିଆଯାଇଥିଲା।
କିନ୍ତୁ ଆଇସିୟୁ ବେଡ଼ ଖାଲି ନଥିବାରୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି, ସେଠାରେ ତାଙ୍କର ଅବସ୍ଥା ଗମ୍ଭୀର ରହିଛି।
୨୦୨୦ ମସିହାରେ ବୀରମିତ୍ରପୁର ଥାନାରେ ଏହି ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା।
ମାମଲାର ତଦନ୍ତ ଚାଲିଥିବାବେଳେ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶରେ ପୀଡ଼ିତାଙ୍କୁ ଏକ ଆଶ୍ରମରେ ରଖାଯାଇଥିଲା।

ତେବେ ବଡ ପ୍ରଶ୍ନ ହେଲା କେମିତି ପୀଡ଼ିତା ଏକାଥରେ ୨୫ଟି ବଟିକା ଖାଇଲେ?
ଆଶ୍ରମ କର୍ମଚାରୀମାନେ ସମୟରେ କାହିଁକି ଜାଣିପାରିଲେ ନାହିଁ?
ସୁରକ୍ଷା ବ୍ୟବସ୍ଥା କେତେ ଦୃଢ଼ ଥିଲା ?

ଡିସିପିଓ ଶ୍ରୀବନ୍ତ ଜେନାଙ୍କ କହିବା ଅନୁସାରେ, ଡାକ୍ତରଙ୍କ ପରାମର୍ଶରେ ପୀଡ଼ିତାଙ୍କୁ ଦୈନିକ ଏକ ନିଶା ବଟିକା ଦିଆଯାଉଥିଲା।
ଗୁରୁବାର ରାତିରେ ହାଉସ୍‌ମଦର ପାଣି ଆଣିବାକୁ ଯାଇଥିବା ସମୟରେ ପୀଡ଼ିତା ଅଧିକ ମାତ୍ରାରେ ବଟିକା ଖାଇଦେଇଥିବା କୁହାଯାଉଛି।

ସେ ସମୟରେ ଥାନା ଅଧିକାରୀ ଆନନ୍ଦ ମାଝି ଓ ଡାକ୍ତର ଦେବାଶିଷ ଘୋଷଙ୍କ ବିରୋଧରେ ଗର୍ଭପାତ କରାଇବା ନେଇ ଅଭିଯୋଗ ଆସିଥିଲା।
ପରେ ଉଭୟଙ୍କୁ ନିଲମ୍ବନ ସହ ଗିରଫ କରା ଯାଇଥିଲା।

ଏହି ସମ୍ବେଦନଶୀଳ ଘଟଣା ଉପରେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।

Leave A Reply

Your email address will not be published.