ରାଉରକେଲା : ବ୍ୟାଙ୍କ୍ କର୍ମଚାରୀ ଙ୍କ ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଚୋରି।। ଛେଣ୍ଡ କଲୋନୀ କଳିଙ୍ଗ ବିହାର ର ଘଟଣା।

0 133

ରାଉରକେଲା:୬/୪(ସତ୍ୟାନ୍ୟୁଜ) ଗୃହ ମାଲିକଙ୍କ ସମେତ ପରିବାର ଲୋକେ ଯାଇଥିଲା କୋଲକାତା। ଫେରି ଆସି ଦେଖିଲା ବେଳକୁ ଚୋର ମାନେ ଘରେ ବୁଲାଇ ଦେଇଛନ୍ତି କଳା କନା। ଏପରି ଏକ ଚୋରି ଘଟଣା ସାମ୍ନା କୁ ଆସିଛି ରାଉରକେଲା ଛେଣ୍ଡ କଲୋନୀରେ । ଜନ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ଭାସ୍କର ଶର୍ମା ତାଙ୍କ ପରିବାର ସହ କିଛି ଦିନ ପୂର୍ବରୁ କୋଲକତା ଯାଇଥିଲେ। ସେ
ଛେଣ୍ଡ କଲୋନୀ ବିଜୁ ପଟ୍ଟନାୟକ ଛକ ନିକଟ କଳିଙ୍ଗ ବିହାର ରେ ରହୁଥିଲେ। ପରିବାର ଲୋକଙ୍କ ଅନୁପସ୍ଥିତି ରେ ଦୁବୃର୍ତ୍ତ ମାନେ ଘର ଝରକା ଭାଙ୍ଗି ପଶିଥିଲେ। ଘରେ ଥିବା ଆଲମୀରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା , ରୂପା ଗହଣା ସହ ନଗଦ ୧୫ ହଜାର ଟଙ୍କା ଲୁଟି ନେଇ ଥିବା ଅଭିଯୋଗ ହୋଇଛି। ଭାସ୍କର ଆଜି ପରିବାର ସହ
କୋଲକତା ରୁ ଫେରିବା ପରେ ଏହି ଚୋରି ବିଷୟରେ ଜାଣିବାକୁ ପାଇ ଥିଲେ। ଆଲମୀରା ରୁ ୨ ଟି ସୁନା ଚେନ୍ , ସୁନା ମୁଦି , ରୂପା ଗହଣା ଆଦି ଚୋରି ହୋଇ ଥିବା ରିପୋର୍ଟ ସେ ଥାନାରେ ଦେଇଛନ୍ତି। ପୋଲିସ୍ ଭାସ୍କର ଶର୍ମାଙ୍କ ଘରେ ପହଞ୍ଚି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.