ବନାଇଗଡ:୪/୪( ସତ୍ୟାନ୍ୟୁଜ) ସଙ୍କଟରେ ଏବେ ବାଉଁଶ ଓ ଢୋଲ , ମାଦଳ କାରିଗର। ବାଉଁଶ କୁ ବ୍ୟବହାର କରି ଜୀବିକା ନିର୍ବାହ କରୁଥିବା କାରିଗର ପରିବାର ମାନେ ଏବେ ଚିନ୍ତାରେ ପଡିଛନ୍ତି। ସେହି ପରି ପ୍ରାଣୀ ଚମଡ଼ା ବ୍ୟବହାର କରିବା ଉପରେ ସରକାର ରୋକ୍ ଲଗାଇବା ପରେ ଢୋଲ , ମୃଦଙ୍ଗ , ମାଦଳ କାରିଗର ପରିବାର ର ବ୍ୟବସାୟ ବୁଡ଼ି ଯାଇଛି। ଫଳରେ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରିବା ଦୁର୍ବିସହ ହୋଇ ପଡିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍ ନରେନ୍ଦ୍ର ପଞ୍ଚାୟତ ର
ବିଶିପାଲି, ଜୀବିକା ଆଦି ଗ୍ରାମରେ ଏହି ସମସ୍ୟା ଦେଖାଦେଇଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଅନେକ ପରିବାର ନିଜ ପେଟ ପାଟଣା କୁ ନେଇ ଏବେ ଚିନ୍ତାରେ।
ବାଉଁଶ ରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ଟୋକେଇ , କୁଲା , ଝୁଡ଼ି ଆଦି ତିଆରି କରି ବାଉଁଶ କାରିଗର ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ବାଉଁଶ ଚାଷ କରିବାକୁ ସେପରି ସରକାରୀ ପ୍ରୋତ୍ସାହନ ମିଳୁନାହିଁ। ବାଉଁଶ ବଣ ଏବେ ଶ୍ରୀହୀନ। ବାଉଁଶ ବନ ର ଅଭିବୃଦ୍ଧି ପାଇଁ ବନ ବିଭାଗ ପକ୍ଷରୁ ଏବେ ପଦକ୍ଷେପ ନିଆ ଯିବା ସମୟ ଆସି ଯାଇଛି।