ରାଉରକେଲା : ମହିଳା ମାଓବାଦୀ ମୋଙ୍ଗଡି ହୋନଗା ଆତ୍ମସମର୍ପଣ ବିବାଦର ପୂର୍ଣ୍ଣଚ୍ଛେଦ।। ଭୟଭୀତ ହୋଇ ଭୁଲ୍ ତଥ୍ୟ ଦେଇଥିବା କହିଛନ୍ତି ମୋଙ୍ଗଡି ଙ୍କ ବାପା।

0 104

ରାଉରକେଲା:୫/୪(ସତ୍ୟାନ୍ୟୁଜ) ଗତ ୩୦ ମାର୍ଚ୍ଚ ରେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ପଶ୍ଚିମ ସିଂହଭୂମ୍ ହୋଲୋମୁଲି ଗ୍ରାମର ମୋଙ୍ଗଡି ହୋନଗା ଙ୍କୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ର ଶନିବାର ପୂର୍ଣ୍ଣଚ୍ଛେଦ ପଡିଛି। ଝିଅ ମାଓବାଦୀ ନୁହେଁ ବୋଲି କହୁଥିବା ପରିବାର ଲୋକେ ଏକ ଭିଡିଓ ବାର୍ତ୍ତାରେ ତାଙ୍କ ପରିବର୍ତ୍ତିତ ମନ୍ତବ୍ୟ ରଖିଛନ୍ତି। ଏହି ଭିଡିଓ ବାର୍ତ୍ତା ରାଉରକେଲା ପୋଲିସ୍ ଜାରି କରିଛି। ଝାଡ଼ଖଣ୍ଡ ର ଜଣେ ମିଡିଆ କର୍ମୀ ତାଙ୍କୁ ଭୁଲ୍ ତଥ୍ୟ ଦେଇ ଭୟ ଦେଖାଇ ପୂର୍ବ ଭିଡିଓ କରିଥିବା ମୋଙ୍ଗଡି ବାପା ମଙ୍ଗଳ ହୋନଗା କହିଛନ୍ତି। ଝିଅ ଦୁଇ ବର୍ଷ ହେଲା ମାଓବାଦୀ ସଙ୍ଗଠନରେ ସକ୍ରିୟ ଥିବା ବାପା ମଙ୍ଗଳ କହିଛନ୍ତି। ରାଉରକେଲା ପୋଲିସ ଝିଅକୁ ଜେଲ୍ ପଠାଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଝିଅ ଆତ୍ମସମର୍ପଣ କରିଥିବା ମୋଙ୍ଗଡି ଙ୍କ ପିତା କହିଛନ୍ତି।

Leave A Reply

Your email address will not be published.