ରାଉରକେଲା : ଡି ଏ ଭି ଛକ ନିକଟରେ ଦୁର୍ଘଟଣା।। ସାଇକେଲ ରେ ଯାଉଥିବା ଯୁବତୀଙ୍କୁ ପିଟି ଦେଲା ଟ୍ରକ୍।।

0 338

ରାଉରକେଲା:୬/୪(ସତ୍ୟାନ୍ୟୁଜ) ରାଉରକେଲା ଡିଏଭି ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ୧୭ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି। ଯୁବତୀ ଜଣକ ସାଇକେଲ ରେ ରାସ୍ତା ପାରି ହେଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କ ସାଇକେଲ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ୍ ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉଦିତନଗର ଥାନା ପୋଲିସ ଘଟଣା ସ୍ଥଳରେ ଏବଂ ହସ୍ପିଟାଲ୍ ରେ ପହଞ୍ଚି ତଦନ୍ତ କରୁଛନ୍ତି।

ଡିଏଭି ଛକ ଦେଇ ପ୍ରତିଦିନ ବହୁ ଅନୁଷ୍ଠାନର ଛାତ୍ରଛାତ୍ରୀ ସ୍କୁଲ , କଲେଜ ଯାଉଥିବା ବେଳେ ସେଠାରେ ବାରମ୍ବାର ଦୁର୍ଘଟଣା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ଏହି ଛକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲିସ୍ ପ୍ରଶାସନ ପକ୍ଷରୁ ଏଠାରେ ଏକ ଅଟୋମେଟିକ୍ ଟ୍ରାଫିକ ସିଗ୍ନାଲ ସିଷ୍ଟମ୍ ଲଗା ଯାଇଛି। ଡି ଏ ଭି ଛକ ନିକଟରେ ସ୍କୁଲ , ୟୁ ଜି ଆଇ , ଆଇଟିଆଇ ଆଦି ଅନୁଷ୍ଠାନ ଥିବାରୁ ସେଠାରେ ଅଧିକ ଟ୍ରାଫିକ ପୋଲିସ ଦିଆ ଯିବାକୁ ନିବେଦନ କରା ଯାଇଛି।

Leave A Reply

Your email address will not be published.