ରାଉରକେଲା : ୬/୪(ସତ୍ୟାନ୍ୟୁଜ) ରାଉରକେଲା ନିକଟ ଯମୁନାଢିପା ୧୪୩ ନମ୍ୱର୍ ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣାରେ ୨ଜଣ ଙ୍କ ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣା ପଡ଼ିଛି । ଗୁରୁତରଙ୍କୁ ରାଉରକେଲା ଚିକିତ୍ସା ପାଇଁ ଅଣା ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏକ ଦ୍ରୁତଗାମୀ କାର ଯମୁନାଢିପା ନିକଟ ରାଜପଥ କଡ଼ରେ ଥିବା ସୋନୁ ଢାବା ଭିତରେ ପଶି ଯାଇଥିଲା। ଦୁର୍ଘଟଣା ଏତେ ଜୋରଦାର ଥିଲାଯେ କାର ଟି ଚୁରମାର୍ ହୋଇ ଯାଇଛି । ପୋଲିସ୍ ଏ ବାବଦରେ ଅଧିକ ତଦନ୍ତ କରୁଛି। ଏହି ତିନିଜଣ ଯୁବକ ଏକ କଳା ରଙ୍ଗ କାର ନମ୍ୱର୍ OD 14 AB 9836 ରେ ରାଉରକେଲା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟି ଥିଲା। ମୃତକ ଏବଂ ଆହତ ଯୁବକ ମାନେ ଟି ସି ଆଇ ଅଞ୍ଚଳର ବୋଲି ଜଣା ପଡିଛି। ବୀରମିତ୍ରପୁର ଏବଂ କୁଆଁରମୁଣ୍ଡା ପୋଲିସ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ।