ରାଉରକେଲା:୧/୪(ସତ୍ୟାନ୍ୟୁଜ୍) ପୁଣି ବଢିଲା ବ୍ୟବସାୟୀକ ଏଲପିଜି ସିଲିଣ୍ଡର ଦାମୀ। ରାଉରକେଲା ରେ ପୂର୍ବରୁ ବାଣିଜ୍ୟକ ସିଲଣ୍ଡର ଦାମ୍ ୨୦୪୬ ଟଙ୍କା ଥିବା ବେଳେ ଏବେ ୨୨୬୪ ଟଙ୍କାରେ ପହଞ୍ଚିଛି। ପ୍ରତି ସିଲିଣ୍ଡର୍ ପିଛା ୨୧୮ ଟଙ୍କା ବୃଦ୍ଧି ପାଇଛି ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶରେ ଲୋକଙ୍କୁ ଠିକ ଭାବେ ଏଲପିଜି ସିଲିଣ୍ଡର ମିଳୁ ନାହିଁ। ବିଶେଷ କରି ବଜାରରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଏକପ୍ରକାରର ଗାଏବ ହୋଇ ଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ଭିତରେ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼। ବ୍ୟବସାୟିକ ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ୫ କେଜିଆ ଏଫଟିଏଲ ସିଲିଣ୍ଡର ଓ ବିମାନ ଇନ୍ଧନର ଦାମ ବୃଦ୍ଧି ପାଇଛି।
ବ୍ୟବସାୟିକ ସିଲିଣ୍ଡର ମହଙ୍ଗା ହୋଇଥିବା ବେଳେ ଘରୋଇ ରନ୍ଧନ ଗ୍ୟାସର ଦାମ ଅପରିବର୍ତ୍ତିତ ରହିଛି। ମାର୍ଚ୍ଚ ୭ରେ ସରକାର ୧୪.୨ କେଜି ଓଜନର ସିଲିଣ୍ଡର ଦାମ ୬୦ ଟଙ୍କା ମହଙ୍ଗା କରିଥିଲେ। ଏବେ ବି ଏହା ଅପରିବର୍ତ୍ତିତ ରହିଛି।
ଯୁଦ୍ଧ ଯୋଗୁ ବିଶ୍ୱରେ ଏଲପିଜି ଯୋଗାଣ ବାଧ୍ୟପ୍ରାପ୍ତ ହୋଇଛି। ଏଲପିଜି ପାଇଁ ଭାରତ ସାଧାରଣତଃ ସାଉଦି ଉପରେ ନିର୍ଭର କରିଥାଏ। ସାଉଦି ପକ୍ଷରୁ ଏଲପିଜି ଯୋଗାଣ ଚୁକ୍ତିର ଦାମକୁ ୪୪% ବୃଦ୍ଧି କରାଯାଇଛି। ଏହି କାରଣରୁ ବ୍ୟବସାୟିକ ସିଲିଣ୍ଡରର ଦାମ ବୃଦ୍ଧି ପାଇଥିବା ସରକାରୀ ଅନୁବନ୍ଧିତ ତୈଳ କମ୍ପାନୀଗୁଡ଼ିକ କହିଛନ୍ତି।